’ଏମରଜେନ୍ସି’ ବିବାଦ ଭିତରେ ନୂଆ ଫିଲ୍ମର ନାଁ ଘୋଷଣା କଲେ କଙ୍ଗନା, ଜାଣନ୍ତୁ କଣ ରହିପାରେ କାହାଣୀ..

ନନ୍ଦିଘୋଷ ବ୍ୟୁରୋ: କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ’ଏମରଜେନ୍ସି’  ଏବେ ବେଶ ଚର୍ଚ୍ଚାରେ ରହିଛି । ରିଲିଜ ହେବା ପୂର୍ବରୁ ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖିବାକୁ ମିଳିଛି । ପଞ୍ଜାବରେ ଫିଲ୍ମ ରିଲିଜ ହେବାକୁ ବିରୋଧ କରାଯାଇଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ସମାଲୋଚନା ମାନ କରାଯାଉଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ନେଇ ଏବେ ଗଣମାଧ୍ୟମର ହେଡଲାଇନ ପାଲଟିଛନ୍ତି କଙ୍ଗନା । ସେପଟେ ଏମରଜେନ୍ସି ରିଲିଜ ତାରିଖ ଅଟକି ଥିବାବେଳେ ଏହାଭିତରେ ନୂଆ ଫିଲ୍ମର ନାମ ଘୋଷଣା କରିଛନ୍ତି । ତାଙ୍କ ନୂଆ ଫିଲ୍ମର ନାମ ରହିଛି ’ଭାରତ ଭାଗ୍ୟ ବିଧାତା’  । ଏହି ଫିଲ୍ମ ଗୁମନାକ ନାୟକଙ୍କ ଉପରେ ଆଧାରିତ । ଏହି ଦେଶାତ୍ମକ ବୋଧକ ଫିଲ୍ମର ଲିଡ ରୋଲରେ ନଜର ଆସିବେ କଙ୍ଗନା ।

ମଙ୍ଗଳବାର ନୂଆ ଫିଲ୍ମର ନାମ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରିଛନ୍ତି । ଫିଲ୍ମର ପ୍ରଯୋଜକ ଏବଂ ନିଦ୍ଦେଶକଙ୍କ ନାମ ମଧ୍ୟ ସାମାନାକୁ ଆସିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ମନୋଜ ତାଡ଼ପିଆ । ସେ କାହାଣୀ ରଚନା ମଧ୍ୟ କରିଛନ୍ତି । ତେବେ ଏହି ଫିଲ୍ମଟି ଦର୍ଶକଙ୍କ ମହଲରେ ବେଶ ଆଦୃତ ହେବ ବୋଲି କହିଛନ୍ତି କଙ୍ଗନା ।