ବଲିଉଡରେ କାହାକୁ ମଣିଷଖିଆ ରାକ୍ଷସ କହିଲେ କଙ୍ଗନା ରାଣାୱତ, ଜାଣନ୍ତୁ…

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାକୁ ଏଯାଏଁ  ଅନେକ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ବଲିଉଡ କୁଇନ୍ କଙ୍ଗନା ରଣାୱତ ଅତ୍ୟନ୍ତ ମର୍ମାହତ । ଏହି ଘଟଣାକୁ କେମିତି ସମସ୍ତେ ଏତେ ହାଲୁକା ଭାବେ ନେଉଛନ୍ତି ତାହା କଙ୍ଗନାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । କିଛି ଲୋକେ ଜାଣି ଶୁଣି ଏହି କଥାକୁ ଏଡ଼ାଇ ଦେଉଛନ୍ତି ବୋଲି ମତ ରଖିଛନ୍ତି ଅଭିନେତ୍ରୀ । କଙ୍ଗନା ପ୍ରଥମରୁ ସୁଶାନ୍ତଙ୍କ ସପକ୍ଷରେ ଅନେକ ଖୁଲାସା କରିଛନ୍ତି । ଏବେ ମଧ୍ୟ ବଲିଉଡ କୁଇନ୍ ଅନେକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସମସ୍ତେ ମିଶି ମୃତ ସୁଶାନ୍ତଙ୍କୁ ମଧ୍ୟ ଏକପ୍ରକାର ଟାର୍ଗେଟ କରୁଥିବା ମନେ ହେଉଛି । ମୁମ୍ବାଇ ପୋଲିସ ଚର୍ଚ୍ଚିତ ମହେଶ ଭଟ୍ଟ, କରନ ଜୋହର, ଆଦିତ୍ୟ ଚୋପ୍ରାଙ୍କୁ କେବେ ପ୍ରଶ୍ନ କରିବେ ନାହିଁ , ଯେଉଁମାନେ ଗୋଟିଏ ଗୋଟିଏ ମଣିଷଖିଆ ରାକ୍ଷସ ।

ଅଭିଯୁକ୍ତମାନେ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଆରମ୍ଭରୁ କଙ୍ଗନା ଏହି ଘଟଣାକୁ ହତ୍ୟାକାଣ୍ଡ ବୋଲି କହି ଆସୁଛନ୍ତି । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି ସିବିଆଇ ନୁହଁନ୍ତି । ସୁଶାନ୍ତ ବାରମ୍ବାର ତାଙ୍କ ଫିଲ୍ମ ଦେଖିବାକୁ ଇନ୍ ଷ୍ଟାଗ୍ରାମରେ ଅପିଲ୍ କରିଛନ୍ତି , ନଚେତ ବଲିଉଡ୍‌ରୁ ତାଙ୍କୁ ବିଦା କରି ଦିଆଯିବ ବୋଲି ସେ କହିଥିଲେ । ଏହି ଇଣ୍ଡଷ୍ଟ୍ରିରେ ତାଙ୍କର କେହି ଗଡ୍‌ ଫାଦର ନାହାନ୍ତି ।

ବଡ଼ ବଡ଼ ପ୍ରଯୋଜକ ଏବଂ ଅଭିନେତା ଏହି ଘଟଣାରେ ସମ୍ପୃକ୍ତ । ପ୍ରକୃତ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଜେରା କରୁ ନାହିଁ ବୋଲି କହିଛନ୍ତି କଙ୍ଗନା ।ବଲିଉଡ୍‌ରେ ଅନେକ ମୁଭି ମାଫିଆ ଅଛନ୍ତି । ସେମାନେ ପୁରା ବଲିଉଡ୍‌କୁ କବ୍ଜା କରି ରଖିଛନ୍ତି । ସଞ୍ଜୟ ଭଂସାଲି ପ୍ରଥମେ ସୁଶାନ୍ତ ସିଂହଙ୍କୁ  ତାଙ୍କ ଚଳଚ୍ଚିତ୍ର ରାମ ଲୀଲାରେ ମୁଖ୍ୟ ଭୂମିକାରେ କାଷ୍ଟ କରିବା ପାଇଁ ଚାହୁଥିଲେ କିନ୍ତୁ  ଆଦିତ୍ୟ ତାଙ୍କୁ ସେହି ଫିଲ୍ମରେ ନେବା ପାଇଁ ମନା କରିଥିଲେ । ବାଜିରାଓ ମସ୍ତାନୀରେ ମଧ୍ୟ ସୁଶାନ୍ତଙ୍କ ସ୍ଥାନରେ ରଣବୀର ସିଂହଙ୍କୁ ନିଆଯାଇଥିଲା । ସୁଶାନ୍ତଙ୍କୁ ଚାପ୍‌ଲୁସି ଜଣାନଥିଳା ସେଥିପାଇଁ ତାଙ୍କ ହାତରୁ ବଡ଼ ବଡ଼ ଫିଲ୍ମ ଚାଲିଯାଇଥିଲା ।

ସୁଲତାନ ଫିଲ୍ମରେ ମଧ୍ୟ ପ୍ରଥମେ କଙ୍ଗନାଙ୍କୁ ଅଫର ମିଳିଥିଲା । ହେଲେ ସେ ଅଭିନୟ କରିନଥିଲେ । ସେଥିପାଇଁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ଏଥିସହିତ ତାଙ୍ବକୁ ଗୁଳି କରି ହତ୍ୟା କରିବାକୁ ମଧ୍ୟ ଧମକ ଦିଆଯାଇଥିଲା । ‌ କରନ ଜୋହର ମଧ୍ୟ ଅନେକ ପ୍ରତିଭାବାନ୍ କଳାକାରଙ୍କୁ ନଷ୍ଟ କରିଛନ୍ତି । ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’, ‘ଗଲି ବୟ’ ଫିଲ୍ମଠାରୁ ବହୁତ ଭଲ ଥିଲା କିନ୍ତୁ ‘ଗଲି ବୟ’କୁ ବେଷ୍ଟ ଫିଲ୍ମ ଆଓ୍ୱାର୍ଡ ଦିଆଯାଇଥିଲା ।

ଅନେକ ସମୟରେ ସୁଶାନ୍ତକୁ ପ୍ରୋତ୍ସାହିତ କରିବା ବଦଳରେ ଇଣ୍ଡଷ୍ଟ୍ରିରେ ତାଙ୍କୁ ଅପମାନ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କୁ ନେଇ ଅନେକ ପରିହାସ ମଧ୍ୟ କରାଯାଏ । ଧର୍ମା ପ୍ରଡକ୍ସନ୍‌ ଭଳି ବଡ଼ ବଡ଼ ବ୍ୟାନର ନିଷ୍ପତ୍ତି ନିଅନ୍ତି ଯେ, କେଉଁ ଫିଲ୍ମ ଭଲ ଚାଲିବ ଓ କେଉଁ ଫିଲ୍ମ ମାର୍କେଟରେ ଚାଲିବ ନାହିଁ । ଏମିତି କି ସୁଶାନ୍ତଙ୍କ ଅଭିନୀତ ଚଳଚିତ୍ର ‘ଡ୍ରାଇଭ୍’ ରିଲିଜ୍ କରାଇ ଦେଲେ ନାହିଁ ।

ସୁଶାନ୍ତ ସିଂହଙ୍କ ଜୀବନରେ ମହେଶ ଭଟ୍ଟଙ୍କର କ’ଣ ଅଧିକାର ରହିଛି ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା, ଓ କହିଛନ୍ତି, ମହେଶ ଭଟ୍ଟ ଥରେ ତାଙ୍କ ଉପରକୁ ଚପଲ ଫୋପାଡିଥିଲେ । ସୁଶାନ୍ତ ଡ୍ରଗ୍‌ ଆଡିକ୍ଟ ବୋଲି କିଛି ବଡ଼ ବଡ଼ ପ୍ରଜୋଜକ ମତ ଦେଇଛନ୍ତି । ସୁଶାନ୍ତଙ୍କୁ ଟାର୍ଗେଟ୍‌ କରି, ଯୋଜନା ବଦ୍ଧ ଭାବେ ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦିଆଗଲା ।  ପରେ ତାଙ୍କୁ ସୁଇସାଇଡ୍‌ କରିବାକୁ ବାଧ୍ୟ କରାଗଲା । ସୁଶାନ୍ତଙ୍କ ଭଲ ଫିଲ୍ମକୁ ମଧ୍ୟ ଫ୍ଲପ୍‌ ଫିଲ୍ମର ଆଖ୍ୟା ଦିଆଯାଉଥିଲା ।

କଙ୍ଗନା ରହିଛନ୍ତି ଯେ, ସେ ମଧ୍ୟ ବଲିଉଡରେ ଅନେକ ଅସୁବିଧାର ସାମ୍ନା କରିଛନ୍ତି । ପାଖାପାଖି ୧୯ ଟି ଆଡ୍‌ ଫିଲ୍ମ ସାଇନ୍‌ କରିଥିଲେ କଙ୍ଗନା । କିନ୍ତୁ ଯୋଜନା ବଦ୍ଧ ଭାବେ ତାଙ୍କ ଉପରେ କ୍ରସ୍‌ ଲଗାଗଲା । ତାଙ୍କୁ ଜେଲ୍‌ ପଠାଇବା ପାଇଁ ଯୋଜନା କରାଯାଇଥିଲା । ସେ ସାଇନ୍‌ କରିଥିବା ଅଧିକାଂଶ ଡିଲ୍‌ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା । ହଠାତ୍‌ ବିଭିନ୍ନ ଆଡ଼ୁ ତାଙ୍କ ଉପରେ  ଚାପ ସୃଷ୍ଟି କରାଗଲା । ଏମିତିକି କରନ ଜୋହର  ଲଣ୍ଡନସ୍କୁଲ ଅଫ୍ ଇକୋନୋମିକ୍ସର ଏକ କାର୍ଯ୍ୟକ୍ରମରେ  କହିଥିଲେ ଯେ,  କଙ୍ଗନା ଏହି ଇଣ୍ଡଷ୍ଟ୍ରି ଛାଡ଼ି ଚାଲିଯିବା ଉଚିତ୍‌ । ଆଉ ଏହି କଥା ଶୁଣି ସମସ୍ତ ତାଳି ମାରିଥିଲେ । ଜାଭେଦ ଅଖ୍‌ତର ଥରେ କଙ୍ଗନାଙ୍କୁ ଘରକୁ ଡାକିଥିଲେ  । ତାଙ୍କୁ କୁହାଯାଇଥିଲା ଯେ, ଯଦି ସେ ହ୍ରିତିକ୍‌ ରୋଶନଙ୍କୁ ଭୁଲ୍‌ ନ ମାଗନ୍ତି , ତା’ ହେଲେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିବ । କାରଣ ସେମିତି ନହେଲେ କଙ୍ଗନା କେବେ କାହାକୁ ମୁଁହ ଦେଖେଇପାରିବେ ନାହିଁ ।

ଏଠି ଆଲିଆ ଭଟ୍ଟ ପରି ବି ଗ୍ରେଡ୍ କଳାକାରମାନଙ୍କୁ କଲଙ୍କ ଭଳି ଫ୍ଲପ୍ ଫିଲ୍ମ ପାଇଁ ଆୱାର୍ଡ ମିଳୁଛି । ସ୍ୱରା ଭାସ୍କର ଓ ତାପସି ପାନୁ ପରି କଳାକାର ଯେଉଁମାନଙ୍କୁ ଅଭିନୟ ଜଣାନାହିଁ ସେମାନେ ସବୁ ଚାପଲୁସି କରି ଫିଲ୍ମ ପାଉଛନ୍ତି । ସୁଶାନ୍ତ ଚାପଲୁସି ଜାଣି ନାହାନ୍ତି ସେଥିପାଇଁ ତାଙ୍କୁ ଏଭଲି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

କଙ୍ଗନା କିଛି ମିଡିଆକୁ ମୁଭି ମାଫିଆ ବୋଲି ମଧ୍ୟ କହିଛନ୍ତି । ଯାଭେଦ ଅଖ୍ତର, ମହେଶ ଭଟ୍ଟ, ସଲମାନ ଖାନ, ଆଦିତ୍ୟ ଚୋପ୍ରା, କରନ ଯୋହାର, ରାଜିବ ମାସନ୍, ଏମାନଙ୍କର ଗୋଟେ ଗ୍ୟାଙ୍ଗ ରହିଛି । ଯାହାକୁ ସୁଇସାଇଡ୍‌ ଗ୍ୟାଙ୍ଗ ବୋଲି କହିଛନ୍ତ କଙ୍ଗନା । ଏହା ସହ କୁଇନ୍ ଅଭିନେତ୍ରୀ କହିଛନ୍ତି ଯେ, ଯଦି ତାଙ୍କର ଏହି ଅଭିଯୋଗ ମିଛ ପ୍ରମାଣିତ ହୁଏ ତେବେ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ଆୱାର୍ଡ ସେ ଫେରାଇ ଦେବେ ।

Leave a Reply