ଲଗାଣ ବର୍ଷାରେ ଧୋଇଗଲା ଜାତୀୟ ରାଜପଥ

1 min read

କାମାକ୍ଷନଗର: ଲଗାଣ ବର୍ଷା ଯୋଗୁ ଧୋଇଗଲା ଜାତୀୟ ରାଜପଥ । କାମାକ୍ଷାନଗର ଥାନା ସିଆରିମାଳିଆ ୫୩ନଂ ଜାତୀୟ ରାଜପଥ ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ବିଶେଷ କରି ଡ଼ୁବୁରୀ ଓ ତାଳଚେରର ଗମନାଗମନ ଉପରେ ପ୍ରଭାବ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ଧିରେ ଧିରେ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି ଲଘୁଚାପ । ପ୍ରଭାବରେ ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଏବଂ ମଧ୍ୟପ୍ରଦେଶକୁ ମୁହାଁଇବ ଲଘୁଚାପ ।

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ପାଇଁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସେପଟେ ପୁଣି ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି।

ଏଥିସହିତ ପଢ଼ନ୍ତୁ: ଛତିଶଗଡ଼ ମୁହାଁ ଲଘୁଚାପ: ୭ ଜିଲ୍ଲାକୁ ରେର୍ଡ ଆଲର୍ଟ

Leave a Reply