ବଲିଉଡରେ ଏଣ୍ଟ୍ରି ପାଇଁ “YRF”କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ପିତା: କେଆରକେ

1 min read

ମୁମ୍ବାଇ: କମାଲ ରସିଦ୍ ଖାନ (କେଆରକେ) ବିଭିନ୍ନ ସମୟରେ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ଏକ ଫିଲ୍ମି ରିଭ୍ୟୁରେ ରଣବୀର ସିଂଙ୍କୁ ନେଇ ଏକ ମନ୍ତବ୍ୟ ପରେ ପୁଣି ଚର୍ଚ୍ଚାରେ ଅଛନ୍ତି କେଆରକେ । ନିକଟରେ ରିଲିଜ ହୋଇଥିବା ସେଫ୍ ଅଲ୍ଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ଷ୍ଟାରର ଫିଲ୍ମି ବଣ୍ଟି ଅର ବବଲୀ- ୨ର ରିଭ୍ୟୁ କରିଥିଲେ କେଆରକେ । ଏହି ଫିଲ୍ମିର ରିଭ୍ୟୁ କରିବା ସମୟରେ ରଣବୀର ସିଂଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କେଆରକେ । ୧୯ ନଭେମ୍ବରରେ କରିଥିବା ବଣ୍ଟି ଅର ବବଲୀ-୨ର ରିଭ୍ୟୁରେ କେଆରକେ ଏହି ଫିଲ୍ମିକୁ ଖରାପ କହିଥିଲେ । ଏଥିସହ ସେ ଆହୁରି କହିଥିଲେ କି ଆଦିତ୍ୟ ଚୋପ୍ରାଙ୍କ ୟସ ରାଜ୍ ଫିଲ୍ମି ବ୍ୟାନର ଯେଉଁ ଅଭିନେତାଙ୍କୁ ଲଞ୍ଚ କଲେ ସେ ଫ୍ଲପ୍ ହେଉଛନ୍ତି ।

ତେବେ ଏହା ପରେ ସେ ଆହୁରି କହିଥିଲେ କି ଏବେ ଆପଣ ଭାବୁଥିବେ କି ରଣବୀର ସିଂଙ୍କୁ ବି ୟଶରାଜ ଫିଲ୍ମ୍ସ ଲଞ୍ଚ କରିଥିଲେ ଏବଂ ସେ ଆଜି ଜଣେ ବଡ଼ ଷ୍ଟାର ଭାବରେ ନିଜର ପରିଚିତ ଲାଭ କରିଛନ୍ତି । ସେ କହିଥିଲେ କି ଆଦିତ୍ୟ ରଣବୀରଙ୍କୁ ଲଞ୍ଚ କରିନଥିଲେ ବରଂ ରଣବୀର ଆଦିତ୍ୟଙ୍କ ମାଧ୍ୟମରେ ଲଞ୍ଚ ହୋଇଥିଲେ । ଏହି ଭିଡିଓରେ କେଆରକେ ଆହୁରି କହିଥିଲେ କି ବଲିଉଡରେ ଏଣ୍ଟ୍ରି କରିବା ପାଇଁ ରଣବୀର ସିଂଙ୍କ ବାପା ଆଦିତ୍ୟ ଚୋପ୍ରାଙ୍କୁ ୨୦ କୋଟି ଟଙ୍କା ଦେଇଥିଲେ ଯାହା ପରେ ରଣବୀରଙ୍କୁ YRF ଲଞ୍ଚ କରିଥିଲେ । କିନ୍ତୁ ଏହି ଭିଡିଓରେ ରଣବୀର ସିଂଙ୍କୁ ରଣବୀର କାପୁର କହିଥିଲେ କେଆରକେ ।

 

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କି କେଆରକେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ମନ୍ତବ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି କେଆରକେ । କିଛି ଦିନ ପୂର୍ବରୁ ସଲମାନ ଖାନ କେଆରକେଙ୍କ ନାଁରେ କେସ୍ ମଧ୍ୟ କରିଥିଲେ । ସେହିପରି ଭାବରେ ବଲିଉଡ୍ କଣ୍ଠଶିଳ୍ପୀ ମିକା ସିଂହ କେଆରକେଙ୍କୁ ନେଇ ଏକ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ ।

 

Leave a Reply