ମାଲକାନଗିରି ଷ୍ଟୁଡେଣ୍ଟ ସୁଇସାଇଡ୍ ସସପେନ୍ସ, ଘଟଣାକୁ ଦୁଇ ଦିନ ହେଲାଣି ଥଳକୂଳ ପାଉନି ପୋଲିସ
1 min read![](https://nandighoshatv.com/wp-content/uploads/2025/02/ଛାତ୍ରୀ-ମୃତ୍ୟୁ-ସମସ୍ତେ-ଚୁପ୍-1024x576.jpg)
କାଲିମେଳା : ମାଲକାନଗିରି ଷ୍ଟୁଡେଣ୍ଟ ସୁଇସାଇଡ୍ ସସପେନ୍ସ । ସ୍କୁଲରୁ ନିଖୋଜ, ଜଙ୍ଗଲରୁ ହୋଇଥିଲା ମୃତଦେହ ଉଦ୍ଧାର । ଘଟଣାକୁ ବିତିଲାଣି ଦୁଇ ଦିନ । ପୋଲିସ ମାମଲାରେ ଥଳକୂଳ ପାଉନଥିବା ବେଳେ ଏବେ ଟୁଇଷ୍ଟ ଆଣିଛି ମୋବାଇଲ୍ । ମୃତ ଜଣେ ଛାତ୍ରୀଙ୍କ ବ୍ୟାଗରୁ ଉଦ୍ଧାର ହୋଇଛି ମୋବାଇଲ୍ । ବାଟବଣା ପୋଲିସ ପାଇଁ ଏହି ମୋବାଇଲ ପାଲଟିବ କି ସାହାରା ? ରହସ୍ୟ ଉପରୁ ହଟିବ କି ପରଦା ? ପରିବାର ଲୋକ ଦେଇନଥିବା ବେଳେ କେଉଁଠୁ ଆସିଲା ଏହି ମୋବାଇଲ୍ ? ସେ ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । ପୋଲିସ ସ୍ମାର୍ଟ ଫୋନକୁ ଜବତ କରି ଫରେନ୍ସିକ୍ ଲ୍ୟାବକୁ ପଠାଇ ତଦନ୍ତ ଜାରି ରଖିଛି । ସେପଟେ ଦୁଇ ଦୁଇ ଜଣ ନାବାଳିକା ଏକାସଙ୍ଗେ ନିଖୋଜ ହୋଇଯିବା ଓ ପରେ ଜଙ୍ଗଲରୁ ଦୁହିଁଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ସୃଷ୍ଟି କରିଛି ଅନେକ ପ୍ରଶ୍ନ । ସ୍କୁଲରେ ଉଭୟଙ୍କ ସହ କିଛି ଘଟଣା ଘଟିଥିଲା କି ? ନା ସ୍କୁଲରୁ ବାହାରକୁ ଆସିବା ପରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା ? ନିଖୋଜ ହେବାପରେ ଦୁଇ ଦିନ କେଉଁଠି ଥିଲେ ଉଭୟେ ? ପ୍ରେମ ସମ୍ପର୍କକୁ ନେଇ ଏଭଳି ଅଘଟଣ ଘଟିଛି କି ? ଏହା ହତ୍ୟା ନା ଆତ୍ମହତ୍ୟା ? ସମସ୍ତେ କାହିଁକି ଚୁପ ? କାହିଁକି କାହାରି ପାଟି ଫିଟୁନି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିବା ବେଳେ ପୋଲିସ ସ୍ଥାଣୁ ହୋଇ ବସିବା ମଧ୍ୟ ସମସ୍ତଙ୍କୁ ଚକିତ କରିଛି । ଅନ୍ୟପଟେ ଦୁଇ ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ଏମଭି-୭୪ ଗାଁର ଛାତ୍ରୀ ଜ୍ୟୋତି ହାଲଦାର ଓ ଏମଭି-୧୨୬ ଗାଁର ମନ୍ଦିରା ସୋଡ଼ି ଏମଭି-୭୨ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଗୁରୁବାର ସ୍କୁଲ ଛୁଟି ପରେ ଉଭୟେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ | ଏମଭି-୭୯ ଥାନାରେ ଅଭିଯୋଗ ପରେ ପୋଲିସ ଏମଭି-୭୨ ଉଚ୍ଚ ପ୍ରାଥମିକ ନୋଡାଲ ବିଦ୍ୟାଳୟକୁ ଯାଇ ପଚରାଉଚରା କରିଥିଲା । ଶନିବାର ସକାଳେ ଏମପିଭି ୪୧ ଗାଁ ନିକଟରେ ଜଙ୍ଗଲ ସ୍ଥିତ ଏକ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ୨ଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ପୋଲିସ ।