ଝାରସୁଗୁଡ଼ାବାସୀଙ୍କୁ ’କାଳିଆ ଭେଟି’, ଚାଷୀଙ୍କ ଖାତାକୁ ଗଲା କିସ୍ତି ଟଙ୍କା

ଝାରସୁଗୁଡ଼ା: ରଜ ସଂକ୍ରାନ୍ତିରେ ଝାରସୁଗୁଡ଼ାବାସୀଙ୍କୁ ’କାଳିଆ ଭେଟି’ । ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା । ଜିଲ୍ଲାର ୩୫ ହଜାରରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ସହାୟତା ରାଶି । ପ୍ରତ୍ୟେକ ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭ କୋଟିରୁ ଅଧିକ ଟଙ୍କା ଯାଇଛି । ଗତମାସ ୩ ତାରିଖରେ ଅକ୍ଷୟ ତୃତୀୟରେ ରାଜ୍ୟରେ କାଳିଆ ଟଙ୍କା ବଣ୍ଟନ କରାଯାଇଥିଲା । ଏହାଦ୍ୱାରା ଉପକୃତ ହେଇଛନ୍ତି ୪୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୮୦୦ କୋଟି ଟଙ୍କା । ସେତେବେଳେ ଝାରସୁଗୁଡ଼ା ଜିଲ୍ଲାକୁ କାଳିଆ ସହାୟତା ପ୍ରଦାନ କରାଯାଇନଥିଲା । ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବାରୁ କାଳିଆ ସହାୟତା ଦିଆଯାଇନଥିଲା । ନିର୍ବାଚନ ପରେ ଏବେ ଜିଲ୍ଲାବାସୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି ।