କରୋନା କଟକଣା ଭିତରେ ପୂଜା ପାଇବେ ମାଆ ଭଦ୍ରକାଳୀ: ମା’ଙ୍କ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

କଟକ: କରୋନା କଟକଣା ଭିତରେ ପୂଜା ପାଇବେ ମାଆ ଭଦ୍ରକାଳୀ । ମାଆଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୪ ତାରିଖ ଠାରୁ ମାଆଙ୍କ ପୂଜା ଆରମ୍ଭ ହୋଇ ୨୦ ଯାଏଁ ଚାଲିବ । ସପ୍ତମାତୃକା ବେଶରେ ଦର୍ଶନ ଦେବେ ମାଆ । ତେବେ କଟକଣା ଥିବାରୁ ଏଥର ମାଆଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।

ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

କରୋନା କଟକଣା ଭିତରେ ଆସିବେ ମା’ । ଶକ୍ତିସ୍ୱରୂପା ମା’ ଭଦ୍ରକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ଭଦ୍ରକର ସାଳନ୍ଦୀ ନଦୀକୂଳରେ ମାଆଙ୍କ ମନ୍ଦିର । ୧୪ତାରିଖରୁ ମାଆଙ୍କ ପୂଜା ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିବ । ୭ ଦିନରେ ସପ୍ତ ମାତୃକା ବେଶରେ ଦର୍ଶନ ଦେବେ ମାଆ ଭଦ୍ରକାଳୀ । କୋଭିଡ ଗାଇଡଲାଇନ୍ ମାନି ଏଥର ମାଆଙ୍କ ପୂଜା ଅନୁଷ୍ଠିତ ହେବ । ତେବେ ବିନା ଭକ୍ତରେ ପୂଜା ପାଇବେ ମାଆ । ବିଶ୍ୱମାତ ରୂପରେ ପ୍ରତିଦିନ ଦର୍ଶନ ଦିଅନ୍ତି ମାଆ । ତେବେ ୧୪ ତାରିଖରେ ଶୁଭାଧିବାସ, ମାନସିକଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହେବ ମା’ ଙ୍କର ସପ୍ତଦିବସ ବିଶେଷ ପୂଜା । ପ୍ରଥମ ଦିନରେ ବେଦମାତା, ଦ୍ୱିତୀୟରେ ମହାକାଳୀ, ତୃତୀୟରେ ରାଜରାଜେଶ୍ବରୀ, ପରେ ସିଂହବାହିନୀ, ଜଗତଧାତ୍ରୀ, ମହା ସରସ୍ବତୀ ଶେଷରେ ମାଆ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମାଆ । ତେବେ କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କାଳୀପୂଜା ଅବସରରେ ମାଙ୍କ ପୀଠରେ ୭ ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ।

Leave a Reply