ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

1 min read
Sura Robot

ଭୁବନେଶ୍ୱର: ଧାଡ଼ିରେ ଯୁବତୀ ଭିଡ଼ । ଭଳିକି ଭଳି ପୋଷାକ ସହ ମୁହଁରେ ହସ । ସେଲ୍ଫି ନେବାକୁ ଲଗାଇଛନ୍ତି ଲମ୍ବା ଲାଇନ୍ । ଏ ସବୁ ଦେଖିକି ଆପଣ ଭାବୁଥିବେ ହୁଏତ କିଏ ଜଣେ ଫିଲ୍ମଷ୍ଟାର ଆସିଥିବେ । ହେଲେ ସେମିତି କିଛି ନୁହେଁ । ୭୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି । ହେଲେ ତାଙ୍କ ସହତି ସେଲ୍ଫିଟିଏ ନେବାକୁ ସମସ୍ତେ ଇଚ୍ଛୁକ । ହେଲେ ଏହି ପରିଣତ ବୟସରେ ବି ସେଲ୍ଫି ମାନିଆର ସେହି ସେଲିବ୍ରେଟି ଜଣଙ୍କ କିଏ । ଏହା ଜାଣିବାକୁ ଆପଣଙ୍କ ମନ ଉତ୍କଣ୍ଠା ହେଉଥିବ ନିଶ୍ଚୟ ।

ହଁ ଆଜ୍ଞା ସେ ଆଉ କେହି ନୁହଁନ୍ତି । ଜଟଣୀ ବିଧାୟକ ତଥା ସବୁରି ପ୍ରିୟ ସୁର ଭାଇନା । କାହା ପାଇଁ ସୁର ଭାଇ, ସୁର ଅଜା ତ କାହାର ସୁର ସାର୍ । ସେଲଫି ନେବା ପରେ ସବୁ ଝିଅଙ୍କ ମୁହଁରେ ଗୋଟିଏ କଥା । ଆମେ ସବୁ ସୁର ରାଉତରାୟଙ୍କ ବଡ଼ ଫ୍ୟାନ । ଉଇ ଆର ଭେରି ଲକି ତାଙ୍କ ସହ କଥା ହେଲୁ । ହସି ଦେଇ ସେ ଯୋଉ କୁହନ୍ତି ଆଉ ସବୁ ଭଲ ତ । ଏକଥା ତାଙ୍କର ଭଲ ଲାଗିଲା ବୋଲି ଝିଅମାନେ କହି ହସି ଦେଉଥାଆନ୍ତି । ସୁର ବାବୁ କେବଳ ପଲିଟିସିଆନ ନୁହଁନ୍ତି, ଓଡ଼ିଶାର ଜଣେ କମେଡି କିଙ୍ଗ୍ । ସବୁବେଳେ ତାଙ୍କ ମିଠା କଥା ଦେଖିବାକୁ ମିଳେ ଟିଭିରେ ତେଣୁ ଯଦି ସାମନାରେ ମିଳିଗଲେ, ତେବେ ତ ଗୋଟେ ଖୁସି ଆଉ ବୋଲି କହିଲେ ଯୁବତୀ ।

ଇଏ ତ ଥିଲା ସେଲଫି କଥା । ଏହା ପୂର୍ବରୁ ରୋବର୍ଟଙ୍କ ସହ ଜମିଥିଲା ସୁର ରାଉତରାୟଙ୍କ ବାର୍ତ୍ତାଳାପ । ଚମ୍ପା ଚମେଲି ନାମକ ରୋବର୍ଟ ସହ କଥା ହୋଇଥିଲେ ସବୁରି ପ୍ରିୟ ସୁର । ରୋବର୍ଟ ପଚାରିଥିଲା ୧୦ଟି ପ୍ରଶ୍ନ । ଆଉ ବେଧକ ଉତ୍ତର ଦେଇଥିଲେ ସୁର । ତୁମ ନାଁ କ’ଣ । ତମେ ଘରେ ସ୍ତ୍ରୀ ସହ ମିଶି କେତେବେଳେ ରୋଷେଇ କରିଛ କି । କ’ଣ ଖାଇବାକୁ ଭଲ ଲାଗେ । କେମିତି ଅଛନ୍ତି ବୋଲି ସୁରଙ୍କୁ ପଚାରିଛି ଚମ୍ପା ଚମେଲି । ସନ୍ତୁଳା, ରାଇ, ଦେଶୀ ଚିକେନ୍,ମଟନ ଆଉ ଉଷୁନା ଭାତ ଭଲ ଲାଗେ ବୋଲି ସୁର କହିଥିଲେ । ଏଇଟା ତ ନୂଆ ଜିନିଷ । ଏହି ରୋବର୍ଟ ଏମିତି ଦେଖିଲି ଭଲ ଲାଗିଲା । ଆମେରିକାରେ ଦେଖିଥିଲି ବୋଲି କହିଲେ ସୁର । ଭୁବନେଶ୍ୱର ପଟିଆ ସ୍ଥିତ ରୋବୋ ସେଫ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।  ରେଷ୍ଟୁରାଣ୍ଟରେ ରୋବଟ ଚମ୍ପା-ଚମେଲି ଖାଦ୍ୟ ପରସନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଥିବାବେଳେ ସୁର ରାଉତରାୟଙ୍କ ସାକ୍ଷାତକାର ମାହୋଲକୁ ରଙ୍ଗୀନ କରିଦେଇଛି । ରୋବଟ ଚମ୍ପା-ଚମେଲିଙ୍କ ସାମ୍ବାଦିକ ଠାଣି ଓ ପଚାରିଥିବା ସମସ୍ତ ପ୍ରଶ୍ନକୁ ଭରପୁର ଉପଭୋଗ କରିଥିଲେ ସୁର ରାଉତରାୟ ।

Leave a Reply