ଧର୍ମଗଡ ଉପଖଣ୍ଡରେ ଦାଦନ ଚାଲାଣ ରୋକିବାରେ ବିଫଳ ପ୍ରଶାସନ
1 min read![](https://nandighoshatv.com/wp-content/uploads/2025/02/ଦାଦନ-ଚାଲାଣ-ରୋକିବାରେ-ବିଫଳ-1024x576.jpg)
କଳାହାଣ୍ଡି : ପଶ୍ଚିମ ଓଡ଼ିଶାର ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ l ଏହି ଉପଖଣ୍ଡ ଏବେ ଦାଦନ ପ୍ରବଣ l ସରକାର ବଦଳିବା ପରେ ମିଳୁନି କାମ ଧନ୍ଦା । ପେଟ ପାଟଣା ପାଇଁ ଏବେ ରାଜ୍ୟ ବାହାର ମୁହାଁ ଦାଦନ ଶ୍ରମିକ l କିଏ ଇଟା ଭାଟିରେ କାମ କରୁଛି ତ ଆଉ କିଏ କେଉଁଠି ଘରଦ୍ଵାର ଛାଡି ବାହାରକୁ ଦାଦାନ ଖଟିବାକୁ ଯାଉଛନ୍ତି ।ଜିଲ୍ଲାର କୌଣସି ବିକାଶ ହେଉନଥିବାରୁ ଲୋକ ବାଧ୍ଯ ହୋଇ ଦାଦନ ଯାଉଛନ୍ତି ଆଉ ଫେରିବା ବେଳେ ସେମାନଙ୍କ ମୃତ ଶରୀର ଫେରୁଛି ବୋଲି କହିଛନ୍ତି ଅଞ୍ଚଳବାସୀ ।
ବିଶେଷ କରି ଧର୍ମଗଡ ବ୍ଲକର କୋତମେର, ଟିପିଗୁଡ଼ା, ରଏନଗୁଡା, ବୋକ୍ରାସିଲ ଓ ଦଣ୍ଡପାଟ ଅଞ୍ଚଳର ବେହେରା, ଗୋତୋମୁଣ୍ଡା ଖଳିଗଡ, ଧଅଁରପୁର ଅଞ୍ଚଳର ଲୋକ ରାଜ୍ଯ ବାହାରକୁ ଯାଉଛନ୍ତି । ସେହିପରି ଗୋଲାମୁଣ୍ଡା ବ୍ଲକର ଖଲିଆ ପାଲି, ନକଟିକାନି, ସୁକୁନି ମୁଣ୍ଡା ଓ ଜୟପାଟଣା ଅଞ୍ଚଳରୁ ଅନେକ ଦାଦନ ଏବେ ପେଟ ପାଟଣା ପାଇଁ ରାଜ୍ୟ ବାହାରେ l ଗୋଟିଏ ପଟେ ଶ୍ରମ ବିଭାଗର ସଚେତନତା ଅଭାବ ଅନ୍ୟପଟେ ଦାଦନ ଚାଲାଣ ସରକାରଙ୍କ ଅନେକ ଯୋଜନାକୁ ଆଙ୍ଗୁଳି ନିର୍ଦ୍ଦେଶ କରଛି । କାମ ନାହିଁ ବଞ୍ଚିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ । ନିର୍ବାଚନୀ ଇସ୍ତାହାର ବେଳେ ଡବଲ ଇଞ୍ଜିନ ସରକାର ଦାଦାନ ସମସ୍ଯା ଦୂର କରିବାକୁ ଡେଙ୍ଗୁରା ପିଟୁଥିଲେ । ଗଠନ କରିଥିଲେ ଟାସ୍କଫୋର୍ସ ହେଲେ ସରକାରକୁ ଆସିବାକୁ ଅନେକ ଦିନ ପରେ ବି କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ଯା ଯଥା ପୂର୍ବମ ତଥା ପରମ l