କଳାହାଣ୍ଡି ଜିଲ୍ଲା ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ
ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟିଙ୍ଗୋପଖାନ ଗାଁର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ୩୦ ଜଣ ପ୍ରଭାବିତଙ୍କୁ ୧୫ଦିନ ନପୁରୁଣୁ ଏବେ ଜୟପାଟଣା ବ୍ଲକର ଭାଟିପାସ ଗାଁରେ ଝାଡ଼ା ବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ରାସ୍ତାଘାଟ ନଥିବାରୁ ଏହି ଗାଁରେ ବାଇକ ଯୋଗେ ରୋଗୀମାନଙ୍କୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଝାଡା ବାନ୍ତି ଯୋଗୁ ୨୯ ତାରିଖ ଦିନ ସମ୍ବାରୁ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୨୨ ତାରିଖ ଦିନ ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଉମର ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏ ପର୍ଯ୍ୟନ୍ତ ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରି ଟିମ୍ ଏହି ଗାଁ ରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଛନ୍ତି ।