spot_img

Latest Posts

କେ. କବିତାଙ୍କୁ ହାଇଦ୍ରାବାଦରେ ବିପୁଳ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ହାଇଦ୍ରାବାଦରେ ବିପୁଳ ସମ୍ବର୍ଦ୍ଧନା। ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ କବିତାଙ୍କୁ ପାଛୋଟି ନେଇଛନ୍ତି। ଗତକାଲି ତାଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିବା ପରେ ତିହାର ଜେଲରୁ ସେ ପଦାକୁ ଆସିଥିଲା।  ହାଇଦ୍ରାବାଦରେ ତାଙ୍କୁ ସ୍ବାଗତ କରିବା ଲାଗି ଉପସ୍ଥିତ ଥିଲେ ଭାଇ ତଥା ବିଆରଏସ କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓ, ସ୍ବାମୀ ଡି. ଅନିଲ କୁମାର ଓ ପୁଅ ଆଦିତ୍ଯ। ବିମାନବନ୍ଦରଠାରୁ ତାଙ୍କ ବାସଭବନ ଯାଏ ଠୁଳ ହୋଇଥିଲେ ସମର୍ଥକ। ଶୋଭାଯାତ୍ରାବେଳେ ଜୟ ତେଲଙ୍ଗାନା ବୋଲି ନାରା ଦେଇଥିଲେ କବିତା। ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୧୫ରେ କବିତାଙ୍କୁ ଗିରଫ କରିଥିଲା ଇଡି। ପରମାସରେ ସେ ଜେଲରେ ଥିବାବେଳେ ତାଙ୍କୁ ଗିରଫ କରିଥିଲା ସିବିଆଇ। କବିତା କହିଛନ୍ତି ସେ ଆଇନଗତ ଭାବେ ଲଢେଇ କରିବେ। ରାଜନୈତିକ ଭାବେ ବି ଲଢେଇ ଜାରି ରହିବ। ତାଙ୍କୁ ବେଆଇନ ଭାବେ ଜେଲରେ ପୂରାଯାଇଥିଲା। ଗତକାଲି ଜାମିନ ପ୍ରଦାନ ବେଳେ ଦିଲ୍ଲୀ ହାଇକୋର୍ଟ, ସିବିଆଇ ଓ ଇଡି ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। କବିତାଙ୍କୁ ଉଚ୍ଚଶିକ୍ଷିତ ମହିଳା କହି ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇନଥିଲେ। ମହିଳା ଜଣକ ଉଚ୍ଚଶିକ୍ଷିତା ବୋଲି କାହିଁକି ଜାମିନ ଦିଆଯିବନି ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଦିଲ୍ଲୀ ମଦନୀତି ମାମଲାରେ ବର୍ତ୍ତମାନ କେଜରିୱାଲ ହିଁ ଏବେ ଜେଲରେ ଅଛନ୍ତି।

Latest Posts

Don't Miss