ରାଜଧାନୀ ଦିଲ୍ଲୀରେ ସାମ୍ୱାଦିକଙ୍କୁ ହତ୍ୟା
ଦିଲ୍ଲୀ: କମେଣ୍ଟ ମରାକୁ କେନ୍ଦକରି ସାମ୍ବାଦିକଙ୍କୁ ହତ୍ୟା । ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଲୋମ ହର୍ଷଣକାରୀ ଘଟଣା । ଘଟଣାରେ ଗାଜିଆବାଦ୍ ପୋଲିସ୍ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ଅନୁଯାୟୀ, ଗତ ୧୬ ଜୁଲାଇରେ ଜଣେ ସାମ୍ବାଦିକ ବିକ୍ରମ ଯୋଶୀଙ୍କ ଭାଣିଜୀଙ୍କୁ କମେଣ୍ଟ୍ ମାରିଥିଲେ କିଛି ଦୁର୍ବୃତ୍ତ । ଏନେଇ ଥାନାରେ ଏତଲା ଦେଇଥିଲେ ମାମୁଁ ବିକ୍ରମ ।
ପ୍ରତିଶୋଧ ପରାୟଣ ହୋଇ ସୋମବାର ବିକ୍ରମଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ଘଟଣା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲ ଚିକିତ୍ସାଧିନ ଅବସ୍ଥାରେ ଗତ ବୁଧବାର ଦିନ ବିକ୍ରମଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣା ବେଳର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ୫ ରୁ ୬ ଜଣ ଲୋକ ସାମ୍ବାଦିକଙ୍କୁ ମାରପିଟ୍ କରୁଥିବା ବେଳେ ଆଉ ଜଣେ ଯୁବକ ଆସି ମୁଣ୍ଡ ପାଖରୁ ତାଙ୍କୁ ଗୁଳି ମାରୁଥିବା ଦେଖାଯାଉଛି ।
ଗୁଳି ମାରିବା ପରେ ଅପରାଧି ସେଠାରୁ ଫେରାର୍ ହୋଇଯାଉଥିବା ବେଳେ ବିକ୍ରମଙ୍କ କୁନିଝିଅ ସମସ୍ତଙ୍କୁ ସାହାଯ୍ୟ ପାଇଁ ନେହୁରା ହେଉଥିବା ନଜର ଆସୁଛନ୍ତି । ତେବ ଏହି ହତ୍ୟା ଘଟଣାରେ ଗାଜିଆବାଦ୍ ପୋଲିସ୍ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଘଟଣାକୁ ଚପାଇଦେବାକୁ ନେଇ ଥାନା ଇନଚାର୍ଜଙ୍କୁ ସସପେଣ୍ଡ ମଧ୍ୟ କରାଯାଇଛି ।
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ,ଲାଏ ଡିଟେକ୍ସନ ଟେଷ୍ଟ ଦାବି କଲେ ବିଦ୍ୟାଶ୍ରୀ