ସତର୍କ ହୁଅନ୍ତୁ, ଚାକିରି ଖାଉଛି ମାନ୍ଦାବସ୍ଥା
1 min readନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଚାକିରି ହରାଇଲେଣି ଲକ୍ଷାଧିକ ଲୋକ । ଏହି ସଂଖ୍ୟା ୩ ବର୍ଷ ମଧ୍ୟରେ ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୬ ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଚାକିରି ହରାଇବା ହାର ୭.୨ ପ୍ରତିଶତ ଥିଲା । ଆଉ ଚଳିତବର୍ଷ ଏହି ହାର ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ବିଗତ ୩ ବର୍ଷ ମଧ୍ୟରେ ଏହି ହାର୍ ସର୍ବାଧିକ।
ଲକ୍ଷାଧିକ ଲୋକ ବେରୋଜଗାର ହେବା ସହ ଭିତ୍ତିଭୂମି, ଉତ୍ପାଦନ ହାର ଓ କ୍ୱାଲିଟି କମିଛି । ମାନ୍ଦାବସ୍ଥା ପ୍ରଭାବକୁ ନେଇ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି ରିପୋର୍ଟ ଅନୁସାରେ ଉତ୍ପାଦନ ହାର ୫.୨ ପ୍ରତିଶତ ହ୍ରାସ ପାଇଛି । ଶିଳ୍ପ କ୍ଷେତ୍ରରେ ଅତ୍ୟଧିକ ପ୍ରଭାବ ପଡ଼ିଛି । ୬ ବର୍ଷ ମଧ୍ୟରେ ଚଳିତବର୍ଷ ଦ୍ରୁତ ଗତିରେ ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି ।
ଆର୍ଥିକ ମାନ୍ଦାବସ୍ଥା, ଉତ୍ପାଦନ ହାର କମିବା ଫଳରେ ବିଭିନ୍ନ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି। ମହଙ୍ଗା ହେବାରେ ଲାଗିଛି ସବୁକିଛି । ଆଉ ଏହାର ପ୍ରଭାବ ପଡ଼ିଛି ଘରୋଇ ଓ କର୍ପୋରେଟ ସେକ୍ଟର ଉପରେ । ମାନ୍ଦା ଅର୍ଥନୀତି ଯୋଗୁଁ କମ୍ପାନୀମାନେ ଖର୍ଚ୍ଚ କାଟ୍ କରୁଛନ୍ତି। ଯାହାର ଫଳ ସ୍ୱରୁପ ଦେଶରେ ଲକ୍ଷାଧିକ ଲୋକ ଚାକିରି ହରାଇ ସାରିଲେଣି । ')}