ସାରା ଭାରତରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଛନ୍ତି ନବୀନ: ବର୍ଷା ସିଂ ବରିହା

ଝାରସୁଗୁଡ଼ା: ମହିଳା ସଶକ୍ତିକରଣରେ ନବୀନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ପଦମପୁର ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି । ସାରା ଭାରତରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଛନ୍ତି ନବୀନ । ତାଙ୍କ ପାଇଁ ଏସଏଚଜି ସଦସ୍ୟା ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହେଉଛି । ହେଲେ ବିରୋଧୀ ପ୍ରସଙ୍ଗଭିତ୍ତିକ ସମସ୍ୟା ବଦଳରେ ଚରିତ୍ର ସଂହାର କରୁଛନ୍ତି । ବର୍ଷା କହିଛନ୍ତି, ପଦମପୁର ଉପନିର୍ବାଚନ ବେଳେ ମୋ ପ୍ରତି ଅନେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବିରୋଧୀ । କିନ୍ତୁ ତାଙ୍କୁ ଲୋକ ଭୋଟରେ ଜବାବ ଦେଇଥିଲେ । ଝାରସୁଗୁଡାବାସୀ ମଧ୍ୟ ଜବାବ ଦେବେ । ମହିଳାଙ୍କୁ ଅସମ୍ମାନ କରି ରଥୀ ମହାରଥୀ ଟଳି ପଡ଼ିଛନ୍ତି ବୋଲି ବର୍ଷା କହିଛନ୍ତି ।