ଅଧ୍ୟାପିକା ଆତ୍ମହତ୍ୟା ମାମଲା : ଝାରପୋଖରିଆ ଆଇଆଇସିଙ୍କ ବଦଳି, ତଦନ୍ତକାରୀ ଅଧିକାରୀ ନିଲମ୍ୱିତ

ବାରିପଦା : ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ପ୍ରସଙ୍ଗକୁ ଗୁରୁତର ସହ ନେଇଛି ପୋଲିସ ବିଭାଗ । ମହିଳା ତାଙ୍କ ସହ ଦୁଷ୍କର୍ମ ନେଇ ପୂର୍ବରୁ ଥାନାରେ ଏତଲା ଦେଇଥିଲେ । ଏ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁଙ୍କୁ ଗିରଫ କରିଛି ପୋଲିସ ।

ଅଧ୍ୟାପିକା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାପରେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ସଂପୃକ୍ତ ଅଧ୍ୟାପିକା ଯେଉଁ ଥାନାରେ ଏତଲା ଦେଇଥିଲେ ଅର୍ଥାତ୍ ଝାରପୋଖରିଆ ଥାନାର ଆଇଆଇସି ଶରତ ମହାଳିକଙ୍କୁ ଏସପି ଅଫିସକୁ ବଦଳି କରାଯାଇଛି । ଘଟଣାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇ ହେଡକ୍ୱାର୍ଟରକୁ ବଦଳି କରାଯାଇଛି ।

ଏ ଘଟଣାକୁ ମୟୁରଭଞ୍ଜ ଏସପି ଗୁରୁତର ସହ ନେଇଛନ୍ତି । ତଦନ୍ତ ଚାଲିଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ଲେଖାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ।

Leave a Reply