ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର

1 min read

ନନ୍ଦିଘୋଷ ବ୍ୟୁରୋ: କଏଦୀଙ୍କୁ ମାଡ଼ ପରେ ଚେତିଲା ଜେଲ ବିଭାଗ । ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର । ଗ୍ୟାଙ୍ଗଷ୍ଟର ହାଇଦର ପୁଅ ମୁନା କୁ ସ୍ଥାନାନ୍ତର ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଗଣ୍ଡଗୋଳ ଘଟଣାରେ ଗତକାଲି ଜେଲ ବିଭାଗ ଏଡିଜି ଅମିତାଭ ଠାକୁର ଜେଲରେ ପହଁଚି ସୁପରିଟେଣ୍ଡେଣ୍ଟ , ଜେଲରଙ୍କ ସହ ଅନ୍ତେବାସୀଙ୍କୁ ପଚରାଉଚରା କରିଥିଲେ । ସିସିଟିଭି ଯାଞ୍ଚ କରିଥିଲେ । ଡିଆଇଜି ଅନୁସୂୟା ଜେନା ଆଜି ମଧ୍ୟ ଜେଲ ଆସି ତଦନ୍ତ ଜାରି ରଖିଛନ୍ତି । ଜେଲର ଚାରିକାନ୍ଥ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ମୁଣ୍ଡ କିଭଳି ଫାଟିଲା ସେ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି ।  ଶନିବାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ପୁଅର ଦାଦାଗିରି ଦେଖିବାକୁ ମିଳିଥିଲା ।  ଜେଲରେ ଭିତିରି କଥା DLSA କୁ ସୂଚନା ଦେବା ପରେ ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ତଳେ ଜେଲରୁ ମୋବାଇଲ ମିଳିଥିଲା । ଟଙ୍କା ଦେଲେ ମୋବାଇଲ ସହ ନିଶା ଜେଲ ଭିତରୁ ମିଳୁଥିବା କଥା ପ୍ରଘଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ଏପରିକି ମୋଟା ଅଙ୍କର ଅର୍ଥ ଦେଲେ ଜେଲ ଭିତରେ ଭିଆଇପି ଟ୍ରିଟମେଣ୍ଟ ମିଳୁଥିବା ସେ ଅଭିଯୋଗ ଆଣିଥିଲେ ।