ଯୁବକଙ୍କୁ କଲା ଛୁରାମାଡ଼, ଯୁବତୀଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ରାଜଧାନୀରେ ଝାଡ଼ଖଣ୍ଡ ଯୁବକର ଆତଙ୍କ । ଯାହାକୁ ପାରିଲା ତାହାକୁ ଗୋଡାଇ ଛୁରା ମାଡ କଲା । ଯିଏ ଅଟକାଇଲା ତାକୁ ବି ଛାଡିଲାନି । ବାଣୀବିହାର ରେଳୱେ ଷ୍ଟେସନ ନିକଟରେ ଘଟିଛି ଘଟଣା । ପୋଲିସର ସୂଚନା ଅନୁସାରେ ଛୁରା ମାଡ କରିଥିବା ଯୁବକ ଜଣଙ୍କ ମାନସିକ ବିକାର ଗସ୍ତ ।

ଆଜି ଦିନ ଦ୍ବିପ୍ରହରରେ ପ୍ରଥମେ ରାସ୍ତାରେ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିଥିଲା । ସଂପୃକ୍ତ ଯୁବକର ଏଭଳି ଆଚରଣ ଦେଖି ଦୁଇ ଜଣ ଯୁବକ ଅଟକାଇବାରୁ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଛୁରା ମାଡ କରିଥିବା ଖବର ଆସିଥିଲା । ଯୁବକର ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କଲା ସହିଦ ନଗର ଥାନା ପୋଲିସ ।