ପରୀକ୍ଷାରେ ବ୍ରେକ୍ ଲଗାଇଲା କରୋନା, ଘୁଞ୍ଚିଲା ଜେଇଇ ମେନ ଓ ଆଡଭାନ୍ସ ପରୀକ୍ଷା…

ଭୁବନେଶ୍ୱର: ଘୁଞ୍ଚିଲା ଜେଇଇ ମେନ୍ ଓ ଆଡଭାନ୍ସ ପରୀକ୍ଷା । ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜେଇଇ ମେନ ପରୀକ୍ଷା ୬ ସେପ୍ଟେମ୍ବରରେ ହେବ ।

ସେହିପରି ଜେଇ ଆଡଭାନ୍ସ ପରୀକ୍ଷା ୨୭ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ନିଟ୍ ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବ । ଦେଶରେ ଲଗାତାର କରୋନା ସ୍ଥିତି ବଢୁଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ମେଡିକାଲ ଓ ଇଞ୍ଜିନିୟରିଂର ପ୍ରବେଶିକା ପରୀକ୍ଷା ନିଟ୍ ଓ ଜେଇଇକୁ ସ୍ଥଗିତ ରଖାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ କହିଛନ୍ତି, ଶିକ୍ଷାର ଗୁଣବତ୍ତକା ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯ଼ାଇଛି । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୨୬ ଜୁଲାଇ, ଜେଇଇ ମେନ ୧୮ରୁ ୨୩ ଜୁଲାଇରେ ହେବାର ଥିଲା । ସେହିପରି ଜେଇଇ ଆଡଭାନ୍ସ ୨୩ ଅଗଷ୍ଟରେ ହେବାର ଥିଲା । ନିଟ୍ ପାଇଁ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ଜେଇଇ ମେନ ପାଇଁ ୯ ଲକ୍ଷ ଅଧିକ ଆବେଦନ କରିଥିଲେ ।

ଘୁଞ୍ଚିଲା ଜେଇଇ ମେନ ପ୍ରବେଶିକା ପରୀକ୍ଷା

Leave a Reply