ଆକ୍ସନରେ ଭରପୂର ଶାହରୁଖଙ୍କ ‘ଯବାନ’, ଟ୍ରେଲର ରିଲିଜ…

ମୁମ୍ବାଇ: ରିଲିଜ ହେଲା ଆକ୍ସନ ଫିଲ୍ମ `ଯବାନ୍’। ମେନ୍ ଲିଡ୍‌ରେ କିଙ୍ଗ ଖାନ୍‌ଙ୍କ ଭିଲେନ୍ ଲୁକକୁ ନେଇ ଜୋରଦାର୍ ଚର୍ଚ୍ଚା । ପଠାନଠୁ ବି ବଡ଼ ଧମାକା କରିବ ଶାହରୁଖଙ୍କ  ଅଭିନୀତ ମୁଭି ଯବାନ୍ । ଯାହାର ଟ୍ରେଲରରୁ ହିଁ ଅନ୍ଦାଜ ଲଗାଇସାରିଲେଣି ଏସଆରକେ ଫ୍ୟାନ୍ । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଯବାନର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସାଉଥ୍ ଡିରେକ୍ଟର ଅଟଲୀଙ୍କର ଏହା ହେଉଛି ବଲିଉଡ଼ ଏଣ୍ଟ୍ରି ଫିଲ୍ମ । ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ତାଙ୍କର ଧୂଆଁଧାର ଆକ୍ସନ ଫିଲ୍ମରେ ଲଗାଇଛି ଚାରଚାନ୍ଦ । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । କେବଳ ନୟନତାରା କାହିଁକି ଫିଲ୍ମରେ ଥିବା ଗାର୍ଲ ଗ୍ୟାଙ୍ଗଙ୍କ ବିସ୍ଫୋରକ ଆକ୍ସନ ଟ୍ରେଲରରେ ନଜର ଆସିଛନ୍ତି ।

ସାନ୍ୟା ମଲହୋତ୍ରା, ପ୍ରୀୟାମଣି, ଅକ୍ସଲେସା ଠାକୁର, ଲହର ଖାନ୍, ରିଦ୍ଦୀ ଡୋଗରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ ନଜର ଆସିଛନ୍ତି । ଶାହରୁଖଙ୍କ ଏହି ଗାର୍ଲ ଗ୍ୟାଙ୍ଗ ଫୁଲ୍‌ ଟୁ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି । ଦୀପିକା ପାଦୁକୋଣ ସ୍ପେଶାଲ ଆପିରାନ୍ସରେ ଆସିବେ । ସୁନୀଲ ଗ୍ରୋଭର ମଧ୍ୟ ନଜର ଆସିଛନ୍ତି । ଆସନ୍ତା ୭ ସେପ୍ଟେମ୍ବରରେ ହିନ୍ଦୀ, ତାମିଲ୍ ଓ ତେଲୁଗୁ ୩ଟି ଭାଷାରେ ରିଲିଜ୍ ହେବ ଯବାନ୍ । ଅପେକ୍ଷା ହଲ୍‌ରେ ଯବାନକୁ କେତେ ଜୋଶ‌ ଦେଉଛନ୍ତି ଫ୍ୟାନ୍‌  ।