କାଶ୍ମୀର କୁପୱାଡ଼ାରେ ସେନାର ଅପରେସନ୍; ୩ ଆତଙ୍କବାଦୀ ସଫା, ୩ ଯବାନ ସହିଦ

1 min read
Jawan Martyred Operation Near LOC Keran Sector Of Kupwara District North Kashmir Infiltration

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ୍ ଜାରି ରହିଛି । ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ LoC ନିକଟରେ ଅପରେସନ୍ ବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଅପରେସନ୍ ବେଳେ ସେନାର ୨ ଜଣ ଓ ଅନ୍ୟଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଏହା ପୂର୍ବରୁ ସୁରକ୍ଷାବଳ ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଥିଲେ । ଏଥିରେ ୨ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।

ଅନ୍ୟ ଏକ ରିପୋର୍ଟ ପ୍ରକାରେ କନେଷ୍ଟବଳ ସୁଦୀପ ସରକାର ମାଚ୍ଛିଲ ସେକ୍ଟରରେ ଅପରେସନ୍ ବେଳେ ପ୍ରାଣ ହରାଇଛନ୍ତି । ଭାରତୀୟ ସେନା ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ସାମିଲ୍ ହୋଇଛି । ସୀମା ସୁରକ୍ଷା ବଳ (ବିଏସଏଫ) ଅଧିକାରୀଙ୍କ ସୂଚନା ଅନୁସାରେ- ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅଭିଯାନ ଏବେବି ଜାରି ରହିଛି । ତାଜା ସୂଚନା ଅନୁସାରେ ୩ ଆତଙ୍କୀଙ୍କୁ ନିପାତ କରାଯାଇଛି ।

Jawan Martyred Operation Near LOC Keran Sector Of Kupwara District North Kashmir Infiltration

ଶନିବାର ରାତିରେ ମାଚ୍ଛିଲ ସେକ୍ଟରରେ ଏଲଓସିରେ ସନ୍ଦିଗ୍ଧ ଗତିବିଧି ଦେଖା ଯାଇଥିଲା । ଆତଙ୍କବାଦୀ ଅନୁପ୍ରବେଶ କରିବା ବେଳେ ଜଣଙ୍କୁ ନିପାତ କରାଯାଇଥିଲା । ଘଟଣାସ୍ଥଳରୁ ରାଇଫଲ ସହ ୨ଟି ବ୍ୟାଗ୍ ମିଳିଥିଲା । ଆତଙ୍କବାଦୀଙ୍କ ବିରୋଧରେ ଏବେବି ସେନାର ଅପରେସନ୍ ଚାଲିଛି । ଗୁଇନ୍ଦା ଓ ସୁରକ୍ଷାବଳର ବରିଷ୍ଠ ଅଫିସରଙ୍କ ଅନୁଯାୟୀ- ଜମ୍ମୁ-କାଶ୍ମୀରରେ ପ୍ରବଳ ଥଣ୍ଡାରେ ବରଫ ପଡ଼ିବାକୁ ଥିବାରୁ ଘାଟି ପାର କରିବା ସମ୍ଭାବନା କମ୍ ହେବା ପୂର୍ବରୁ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।

Leave a Reply