ଜାଣନ୍ତୁ ୪ ଦିନରେ କେତେ ରୋଜଗାର କଲାଣି ’ଯବାନ’

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ବୋବାଲ ମଚାଉଛି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ । ଭଲ ରୋଜଗାର କରିବା ସହ ଦର୍ଶକଙ୍କ ମହଲରେ ଆଦୃତ ହୋଇପାରିଛି । ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାକୁ ଯାଉଛି ଯବାନ । ପ୍ରଥମ ଦିନରେ ୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଦ୍ବିତୀୟ ଦିନରେ ୫୩ କୋଟି ଏବଂ ତୃତୀୟ ଦିନରେ ୭୪.୫ କୋଟି ଯଙ୍କା ସଂଗ୍ରହ କରିଛି । ସେପଟେ ଚତୁର୍ଥ ଦିନରେ ସବୁଠାରୁ ଅଧିକ ବ୍ୟବସାୟ ଅଥବା ୮୦ କୋଟି ଟଙ୍କା ବ୍ୟବସାୟ କରିବାକୁ ଯାଉଛି । ଆାଡ଼ଭାନ୍ସ ଟିକେଟ ବୁକିଂରେ ଯବାନ ପୂର୍ବରୁ ରେକର୍ଡ କରିସାରିଛି ।

ସମୁଦାୟ ୨୮୨.୭୩ କୋଟି ଯଙ୍କା ସଂଗ୍ରହ କରିଛି । ଯଦି ଆମେ ରେକର୍ଡ ସମ୍ପର୍କରେ କହିବା ତାହେଲେ ୪ ଦିନରେ ୪ଟି ବଡ଼ ରେକର୍ଡ ମଧ୍ୟ ଭାଙ୍ଗିଛି । ରିଲିଜର ପ୍ରଥମ ଦିନରେ ୭୫ କୋଟି ଟଙ୍କା ସଂଗ୍ରହ କରିବାର ରେକର୍ଡ କରିଛି । ପୂର୍ବରୁ ପଠାନ ୫୫ କୋଟି ଟଙ୍କା ସଂଗ୍ରହ କରିଥିଲା । ଅନ୍ୟପଟେ ’ପଠାନ’ ତିନି ଦିନରେ ୧୬୬.୫ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ଯବାନ ୨୦୨ କୋଟି ଟଙ୍କା ଆୟ କରିପାରିଛି । କେବଳ ବଲିଉଡ ନୁହେଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ତିନି ଦିନରେ ବିଶ୍ବବ୍ୟାପି କଲେକ୍ସନ ୩୭୫ କୋଟି ସଂଗ୍ରହ କରିପାରିଛି ।