ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ, ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ: ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ । ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବେ ବିଶ୍ୱର ଶତାଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର । ଏଥିଲାଗି ସାରା ଦେଶରେ ଜାରି କରାଯାଇଛି ଆଲର୍ଟ । ଆବେଙ୍କ ଶେଷକୃତ୍ୟରେ ଯେତିକି ଖର୍ଚ୍ଚ ହେଉଛି ତାହାର ପରିମାଣ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ହୋଇଥିବା ଖର୍ଚ୍ଚଠାରୁ ବହୁ ଅଧିକ । ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଗସ୍ତରେ ଯାଇଛନ୍ତି ।

ଟୋକିଓର ବୁଦୋକାନରେ ହେବାକୁ ଥିବା ଶେଷକୃତ୍ୟ କାର୍ଯ୍ୟକ୍ରମ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ ଦୁଇଥରର ପ୍ରଧାନମନ୍ତ୍ରୀ ରହିସାରିଥିବା ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରାରେ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଗତ ଜୁଲାଇ ୮ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ଜଣେ ୪୧ ବର୍ଷିୟ ଯୁବକ ଆବେଙ୍କୁ ହତ୍ୟା କରିଥିଲା ।