ଆତଙ୍କବାଦ ବିରୋଧରେ ଲଢ଼ିବେ ଗ୍ରାମବାସୀ, ବନ୍ଧୁକ ଚଳାଇବା ଶିଖାଇବ ସିଆରପିଏଫ୍

1 min read

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଲଗାତାର ଜବାବ ଦେଉଥିବା ସିଆରପିଏଫର ଯବାନମାନେ ଏବେ ଗ୍ରାମ ବିକାଶ କମିଟି ବିଡିସିର ତତ୍ୱାବଧନରେ ଗ୍ରାମବାସୀମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଶିଖାଇବେ । ରାଜ୍ୟର ଅନେକ ଗ୍ରାମୀଣ ଅଞ୍ଚଳରେ ପୂର୍ବରୁ ହିଁ ଲୋକମାନଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଦୁକ ରହିଛି । ପୁଞ୍ଛ-ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏବେ ଜମ୍ମୁ କାଶ୍ମୀରର ସମସ୍ତ ଅଞ୍ଚଳରେ ଏହି ଯୋଜନାକୁ ରୂପ ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଛି ।

ସିଆରପିଏଫ ଦ୍ୱାରା ଗାଁ ଗାଁରେ ହିଁ ଏହି ଟ୍ରେନିଂ ଦିଆଯିବ । କେଉଁଠାରେ କେତେ ଲୋକଙ୍କୁ ଟ୍ରେନିଂ ଦିଆଯିବ ଏହନେଇ ଡିଟେଲ ପ୍ରସ୍ତୁତ କରାଯାଉଛି । ନିକଟରେ ଜମ୍ମୁ-କାଶ୍ମୀରର ରାଜୌରୀ ସେକ୍ଟରର ଢାଙ୍ଗରୀ ଗାଁରେ ନୂଆ ବର୍ଷ ଦିନ ହିଁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଯେତବେଳେ କି ୬ ଜଣ ଆହତ ହୋଇଥିଲେ । ଏହାର ଗୋଟେ ଦିନ ପରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୯ ଜଣ ଆହତ ହୋଇଥିଲେ ।

ଆତଙ୍କବାଦୀମାନେ ଲଗାତାର କାଶ୍ମିରୀ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ନାଁ ପଚାରି ହତ୍ୟା କରି ଦେଉଛନ୍ତି । ସେମାନଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲଗାତାର ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରଣାଳୟ, ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଜମ୍ମୁ କାଶ୍ମୀର ପ୍ରଶାସନ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ଉଠାଇଛନ୍ତି ।

ଏଥିମଧ୍ୟରୁ ଗୋଟିଏ ଅଭିଯାନ ହେଉଛି ଯେ, ସେଠାକାର ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ ଦେବା ମଧ୍ୟ ସାମିଲ ରହିଛି । ସରକାର ଖୁବଶୀଘ୍ର ନୂଆ ଲାଇସେନ୍ସ ଜାରି କରିପାରନ୍ତି । ଅନେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବନ୍ଧୁକ ଦିଆଯାଇପାରେ । ଏହି ଯୋଜନାକୁ ଜମ୍ମୁ କାଶ୍ମୀରର ସମସ୍ତ ଅଞ୍ଚଳରେ ଲାଗୁ କରାଯିବା ନେଇ କୁହାଯାଉଛି । କିନ୍ତୁ ବର୍ତ୍ତମାନ କେବଳ ପୁଞ୍ଛ ଏବଂ ରାଜୌରୀ ଅଞ୍ଚଳର ଲୋକଙ୍କୁ ଟ୍ରେଣ୍ଡ କରାଇବାକୁ ଦାୟିତ୍ୱ ଦିଆଯାଇଛି ।