ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

1 min read

ଶ୍ରୀନଗର: ଜାମ୍ମୁ କାଶ୍ମୀର ନଗରୋଟା ଟୋଲ୍ ପ୍ଲାଜା ନିକଟରେ ଏନକାଉଣ୍ଟର । ଗାଡ଼ି ଚେକିଂ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ।  ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟରେ ଏପର୍ଯ୍ୟନ୍ତ ସୁଦ୍ଧା୪ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ଆଜି ଭୋର୍‌ ୫ଟାରୁ ଚାଲିଛି ଗୁଳିବିନିମୟ । ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଜାମ୍ମୁ ଶ୍ରୀନଗର ହାଇୱେକୁ ବନ୍ଦ କରିଦିଆ ଯାଇଛି ।

ଟ୍ରକରେ ଆସୁଥିଲେ ଆତଙ୍କବାଦୀ, ଜାମ୍ମୁ ନଗରୋଟାରେ ଏନକାଉଣ୍ଟର । ନଗରୋଟା ସ୍ଥିତ ଟୋଲପ୍ଲାଜା ନିକଟରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏକ ଟ୍ରକରେ ଆତଙ୍କୀ ଆସୁଥିବା ଖବର ପାଇ ସୁରକ୍ଷାକର୍ମୀ ବନ ଟୋଲ ପ୍ଲାଜା ନିକଟରେ ଛକି ରହିଥିଲେ । ଟୋଲପ୍ଲାଜାରେ ପୋଲିସ ଚେକିଂ ବେଳେ ଟ୍ରକ ଭିତରୁ ଆତଙ୍କୀ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଫାୟାରିଂ କରିଥିଲେ ।

ଟ୍ରକରେ ୩ରୁ ୪ଜଣ ଆତଙ୍କୀ ଥିବା ବେଳେ ୪ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଥମେ ୨ଜଣଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ବାକି ୨ଜଣ ରାସ୍ତାକଡ଼ ଜଙ୍ଗଲକୁ ଖସି ପଳାଇଥିଲେ । ସୁରକ୍ଷା କର୍ମୀ ପୁରା ଜଙ୍ଗଲରେ ଖେଦି ଯାଇଥିଲେ । ପରେ ଆଉ ୨ଜଣଙ୍କୁ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀ ଥିବା ଟ୍ରକର ନମ୍ବର ପ୍ଲେଟ୍ ଜମ୍ମୁର ବୋଲି ଜଣାପଡିଛି । ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ଏନକାଉଣ୍ଟର ପରେ ସବୁ ନାକା ପଏଣ୍ଟରେ ସୁରକ୍ଷା କଡା ହୋଇଛି । ପ୍ରତି ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ କରାଯାଇଛି ।

Leave a Reply