ପାଣି ଟାଙ୍କିରେ କାହା କଙ୍କାଳ?

ଯାଜପୁର: ପାଣି ଟାଙ୍କି ଭିତରେ ମଣିଷ କଙ୍କାଳ । ଯାଜପୁର ଜିଲ୍ଲା ସଦରଥାନା ନିଶ୍ଚନ୍ତା ଗାଁରେ ଏକ ପାଣିଟାଙ୍କି ଭିତରୁ ଦୁଇଟି କଙ୍କାଳ ଉଦ୍ଧାର ହୋଇଛି । ତେବେ କଙ୍କାଳ ପାଣିଟାଙ୍କି ଭିତରକୁ କେମିତି ଆସିଲା ଓ ଏହା କାହାର ତାହା ଅସ୍ପଷ୍ଟ ରହିଛି । ଗାଁରେ ନୂତନ କରି ପାଣି ଟାଙ୍କିଟି ନିର୍ମାଣ ଚାଲିଛି । ସ୍ଥାନୀୟ ଲୋକ କଙ୍କାଳକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଯାଜପୁର ଏସପି ,ସଦର ଥାନା ପୋଲିସ୍  ସହ ସାଇଣ୍ଟିଫିକ୍  ଟିମ୍ । ଅଗ୍ନିଶମ ବିଭାଗ ପହଞ୍ଚି ଟଙ୍କିରୁ କଙ୍କାଳ ଉଦ୍ଧାର ପରେ ଆରମ୍ଭ ହୋଇଥିଲା ତଦନ୍ତ । କଙ୍କାଳ ଦୁଇଟିକୁ ପୋଲିସ ଜବଦ କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠା ଯାଇଛି । ତେବେ ଟାଙ୍କି ଭିତରେ କିଏ ଓ କାହଁକି କଙ୍କାଳ ପକାଇଲା ସେନେଇ ପ୍ରଶ୍ନ ଉଠିଛି । ତଦନ୍ତ ପରେ ଏହା କାହାର ଓ କିଏ ପକାଇଥିଲା ସେନେଇ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।