କୁଆଡ଼େ କିଛି ନଥାଇ ହଠାତ ଘରେ ଲାଗିଯାଉଛି ନିଆଁ, ଚିନ୍ତାରେ ଲୋକେ

ଯାଜପୁର: କୁଆଡ଼େ କିଛି ନାହିଁ, ହଠାତ ଘରେ ଲାଗିଯାଉଛି ନିଆଁ । ଜଳିଯାଉଛି ଘରର କପଡ଼ା ଓ ଆସବାବପତ୍ର । ଦେଖୁଦେଖୁ ଘର ଭିତରେ ବ୍ୟାପୀ ଯାଉଛି ନିଆଁ । ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ । ଗୋବିନ୍ଦପୁର ଗ୍ରାମର ଗୋପାଳ ଚନ୍ଦ୍ର ସାହୁ ଓ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଗତ କିଛିଦିନ ହେଲା ଏପରି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏହା ଭୌତିକ ନା ଅଲୌକିକ କାଣ୍ଡ, ଯାହାକୁନେଇ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଭୟରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାତିରେ ଶୋଉପାରୁ ନଥିବା କହିଛନ୍ତି । ସମସ୍ୟାର ସମାଧାନ ଲାଗି  ଗୁଣିଆର ସହାୟତା ନେଇଛନ୍ତି ପରିବାର ଲୋକ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।