ବସୁନ୍ଧରା ରାଜେଙ୍କ ପାଇଁ ବଞ୍ଚିଗଲା ଗହଲୋତଙ୍କ ସରକାର !

political crisis vasundhara raje ashok gehlot sachin pilot gajendra singh shekhawat bjp congress

ଜୟପୁର: ରାଜସ୍ଥାନରେ ବସୁନ୍ଧରା ରାଜେ କିଛି ସମୟ ହେବ ବିଜେପିରୁ ଦୂରଇ ରହିଛନ୍ତି । କିନ୍ତୁ ସଂଖ୍ୟା ବଳରେ ବିଜେପିର ୭୨ ବିଧାୟକଙ୍କ ମଧ୍ୟରୁ ୪୫ବିଧାୟକ ବସୁନ୍ଧରାଙ୍କ ସପକ୍ଷରେ ବୋଲି କୁହାଯାଏ । ରାଜନୈତିକ ଝଡ଼ ପରେ ସଚିନ ପାଇଲଟଙ୍କୁ ସମର୍ଥନ ଦେବା ଉପରେ ଦଳର ମୁଖ୍ୟ ଏବଂ ସ୍ଥାନୀୟ ନେତାମାନେ ସେମାନଙ୍କ ମନ ବଳାଇଥିଲେ । ନିଷ୍ପତ୍ତି କେବଳ, ‘ପାଇଲଟଙ୍କୁ ଦଳରେ ସାମିଲ  କରି  ବିଜେପିର ମୁଖ୍ୟମନ୍ତ୍ରୀ କରାଯାଉ କିମ୍ବା ବସୁନ୍ଧରାଙ୍କ ମୁଖ୍ୟମନ୍ତ୍ରୀ କରାଯାଉ’ ଏହା ଉପରେ ହେବାର ଥିଲା । ବିଜେପିର ଏହି ରଣନୀତିକୁ ସଫଳ କରିବା ପାଇଁ ସବୁଠୁ ଅଧିକ ଆବଶ୍ୟକତା ଥିଲା ତ କେବଳ ବସୁନ୍ଧରା ରାଜେଙ୍କର ।

ବସୁନ୍ଧରା ରାଜେଙ୍କ ସମର୍ଥକ  ବିଧାୟକ ତାଙ୍କ ସବୁଜ ସଂକେତ ବିନା ଦଳର ନିଷ୍ପତ୍ତିକୁ ସମର୍ଥନ କରିବେ କି ନାହିଁ ତାକୁ ନେଇ ବିଜେପିର ବରିଷ୍ଠ ନେତୃତ୍ୱ ମନରେ ସନ୍ଦେହ ଥିଲା । ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ଜୋରରେ ଚାଲୁଥିବା ବେଳେ ବସୁନ୍ଧରା ରାଜେ  ଧୌଲପୁର ମହଲରେ ନିରବରେ ବସି ରହିଥିଲେ ।  ସେ ନା ଜୟପୁରକୁ ଆସିଲେ ନା ଦିଲ୍ଲୀ ଗଲେ  । କେବଳ ସେତିକି ନୁହେଁ ରାଜେ ପୂରା ଘଟଣା କ୍ରମରେ କିଛି ମଧ୍ୟ ବୟାନ ଦେଇନଥିଲେ ।  ବସୁନ୍ଧରା ରାଜେଙ୍କର ବ୍ୟବହାରକୁ ଦେଖି ବିଜେପି ଏହି ପ୍ରଶଙ୍ଗରେ କିଛି ବି ଭୂମିକା ଗ୍ରହଣ କରି ନଥିଲା । ସନ୍ଦେହର ଆଉ ଏକ କାରଣ ବସୁନ୍ଧରା ରାଜେ ଏବଂ ଗହଲୋତଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ଥିଲା ।

କାରଣ ବସୁନ୍ଧରା ରାଜେଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲା । ଏହାପରେ ବି ଗହଲୋତ ରାଜେଙ୍କୁ ବାସ ଭବନ ଖାଲି କରିବାକୁ କହି ନଥିଲେ କି ତାଙ୍କୁ ନୋଟିସ୍ ମଧ୍ୟ ପଠାଇ ନଥିଲେ । ଯେତେବେଳେ କି କିରୋଡ଼ିଲାଲ ମୀଣା ଏବଂ କଂଗ୍ରେସ ନେତା ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପହାଡିଆଙ୍କୁ କୋର୍ଟର ଆଦେଶ ପାଳନ କରାଇ ବାସଭବନ ଖାଲି କରାଇଥିଲେ ।

ରାଜେଙ୍କୁ ଲାଭଠୁ ଅଧିକା କ୍ଷତି ନଜର ଆସିଲା

କୁହାଯାଉଛି ଯେ, ଗହଲୋତ ସରକାର ଟଳମଳ ହେବା ଉପରେ ବସୁନ୍ଧରାଙ୍କୁ ଲାଭଠୁ ଅଧିକ କ୍ଷତି ଦେଖାଗଲା  । ଯଦି ବିଜେପିର ମୁଖ୍ୟମନ୍ତ୍ରୀ ହୁଏ ତେବେ ଦଳ ରାଜେଙ୍କ ବଦଳରେ ଗଜେନ୍ଦ୍ର ଶିଖାୱତ କିମ୍ବା ଆଉ ଏକ ନୂଆ ଚେହେରାକୁ ସାମ୍ନାକୁ ଆଣିଥାନ୍ତା । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମର୍ଥନ ଦେବା ରଣନୀତିର ଅଂଶ ଥିଲା  । ବସୁନ୍ଧରା ରାଜେଙ୍କୁ ଦୁଇଟିଯାକ ପରିସ୍ଥିତିରେ ତାଙ୍କର ସତ୍ତା ଉପରେ ପ୍ରଭାବ ପଡ଼ିବା ସହ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାର୍ଥୀ ହେବାର ସମ୍ଭାବନା ମଧ୍ୟ ନଥାନ୍ତା ।

Leave a Reply