ଅସରାଏ ବର୍ଷାରେ ବେହାଲ ହେଲା ଢୁଲୁଘାଟି ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ହେଲା ଢୁଲୁଘାଟି ରାସ୍ତା । ପାଣିରେ ଧୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି ।  କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତା ଧୋଇଯିବା ନେଇ ଏବେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟ ଆରମ୍ଭରୁ ସ୍ଥାନୀୟ ଲୋକେ ପୂର୍ବ ଢାଞ୍ଚାକୁ ବଦଳାଇ ଆଧୁନିକ ଜ୍ଞାନ କୌଶଳରେ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ପୂର୍ବ ଢାଞ୍ଚା ଅନୁସାରେ ରାସ୍ତା ନିର୍ମାଣ କରିଥିଲେ । ଯାହାଫଳରେ ଅଳ୍ପ ବର୍ଷାରେ ତିନି କିମି ଘାଟି ରାସ୍ତାର ଦୁଇ ପାର୍ଶ୍ଵରେ ଏକ ଫୁଟରୁ ଦୁଇ ଫୁଟ ଗାତ ହେବା ସହ ରାସ୍ତା ଧୋଇହେବାକୁ ବସିଲାଣି । ସରକାରୀ ଟଙ୍କାକୁ ଆତ୍ମସାତ କରି ଏଭଳି ଦାଇତ୍ବହୀନ କାମ କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଏହାର ତଦନ୍ତ ପାଇଁ ଲୋକେ ଦାବି କରିଛନ୍ତି ।