ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ଜେଲ୍ ଡିଜି

1 min read

ବଲାଙ୍ଗୀର: କଣ୍ଟାବାଞ୍ଜି ସବ୍ ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ଦୁଃଖଦାୟକ । ଜେଲ୍‌ ବିଭାଗର ପ୍ରୋଟୋକଲ ରହିଛି । NHRC ନିୟମ ମୁତାବକ ଚାଲିଛି ତଦନ୍ତ । ଯାହାର ଭୁଲ୍‌ ଥିବ, ଦଣ୍ଡିତ ହେବ । ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେଉଛି। ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣାଇଦେଇଛୁ ବୋଲି ଜେଲ ବିଭାଗ ଡିଜି ମନୋଜ ଛାବ୍ରା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଷ୍ଟାଣ୍ଡର୍ଡ ପ୍ରୋଟୋକଲ ଅନୁଯାୟୀ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ପ୍ରାଥମିକ ତଦନ୍ତ ମୁତାବକ ଜଣେ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି। ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଅଛି । ତଥାପି ଜେଲ ବିଭାଗରେ ଲୋକ ବଳ କମ୍ ରହିଛି । ସରକାର ଏ ଦିଗରେ ସଚେତନ ଅଛନ୍ତି। ରାଜ୍ୟ ସାରା ସମସ୍ତ ଜେଲକୁ ସର୍ପ୍ରାଇଜ ଭିଜିଟ୍‌ ହେଉଛି । ହାଇକୋର୍ଟ ଓ ଜିଲ୍ଲା ଜଜମାନେ କାରାଗାର ଅନୁଧ୍ୟାନ କରୁଛନ୍ତି । ଲିଗାଲ ଏଡ୍‌ କମିଟି ମଧ୍ୟ ନିରୀକ୍ଷଣ କରୁଛନ୍ତି। ମାନସିକ ରୋଗୀଙ୍କ ସଂଖ୍ୟା, ଡାକ୍ତର ନିଯୁକ୍ତି ଉପରେ ମଧ୍ୟ ନଜର ରଖାଯାଇଛିବା ଜେଲ ବିଭାଗ ଡିଜି ମନୋଜ ଛାବ୍ରା କହିଛନ୍ତି