ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଏରାଗାରୀରେ ଘଟିଛି ଅଭାବନୀୟ ଘଟଣା । ନଦୀରେ ଗାଧୋଉଥିବା ଘଟିଛି ଅଘଟଣ । ବୁଧବାର ନଈରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ । ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । । ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଏରାଗାରୀ ଠାରେ ଘଟିଛି ଏହି ଅଘଟଣ । ଅଭିନା ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ନିଜ ସାଙ୍ଗ ଦୁଇ ଜଣଙ୍କ ସହିତ ମିଶି ପାଇକନଦୀ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଖେକୁଦରେ ନଦୀ ପାର ହୋଇ ଆରପଟ ଶଙ୍ଖେଶ୍ୱର ଯିବାକୁ ଚେଷ୍ଟା କରିଥିଲେ ତିନି ସାଙ୍ଗ । ହେଲେ ନଦୀ ସୁଅରେ ତିନି ସାଙ୍ଗ ଭାସି ଯାଇଥିଲେ । ହେଲେ ଦୁଇ ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ସୁମନ ଏ ପର୍ଯ୍ୟନ୍ତ ନିଖୋଜ ରହିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସରେ ଦୌଡ଼ିବେ ଦୌଡ଼ ରାଣୀ ଦୂତୀ ଚାନ୍ଦ 

Leave a Reply