ବିଶ୍ୱ ଯୋଗଦିବସରେ ବରଫରେ ହିମବୀରଙ୍କ ଯୋଗ

ଲଦାଖ: ବରଫରେ ହିମବୀରଙ୍କ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଇଣ୍ଡୋ ତିବ୍ବତ୍ତିଆନ ବର୍ଡର ପୋଲିସ ବା ଆଇଟିବି ପକ୍ଷରୁ ଯୋଗ କରାଯାଇଛି । ଲଦାଖରେ ୧୭ହଜାର ଫୁଟ ଉପରେ ଯବାନ ଖାଲି ଦେହରେ କରୁଛନ୍ତି ଯୋଗ । ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବରଫରେ ଯୋଗମୂଦ୍ରା ଦେଖାଉଛନ୍ତି ଯବାନ । ସେପଟେ ହିମାଚଳ ପ୍ରଦେଶରେ ୧୬ହଜାର ୫ଶହ ଫୁଟ ଉପରେ ଯୋଗ କରୁଛନ୍ତି ଆଇଟିବିପି ଯବାନ ।
ବିଶ୍ୱ ୟୋଗ ଦିବସରେ ସମସ୍ତେ ୟୋଗ ଦିବସକୁ ପାଳନ କରିଛନ୍ତି । ଯବାନଙ୍କ ଠାରୁ କିଷାନ ସମସ୍ତେ ଏହି ଦିବସକୁ ଭବ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି । ସେପଟେ ଦେଶର ସମସ୍ତ ସ୍ଥାନରେ ଅନ୍ତ୍ରର୍ଜାତୀୟ ଯୋଗ ଦିବସକୁ ପାଳନ କରାଯାଇଛି ।