ବ୍ୟାନ ହେବ ଇଂରାଜୀ ଭାଷା: ନିୟମ ନମାନିଲେ ଲକ୍ଷେ ଜରିମାନା

ରୋମ: ଇଟାଲୀରେ ବ୍ୟାନ ହେବାକୁ ଯାଉଛି ଇଂରାଜୀ ଭାଷା । ଏହି ଦେଶରେ ସରକାରୀ ଏବଂ ବେସରକାରୀ ଅଫିସରେ ହେଉଥିବା କାମରେ ଯଦି ଇଂରାଜୀ ବ୍ୟବହାର କରାଯାଏ ତାହାଲେ ଲକ୍ଷେ ୟୁରୋ ଜରିମାନା ଲାଗିବ ।

ଏଥିପାଇଁ ପିଏମ୍ ଜର୍ଜିଆ ମେଲୋନୀ ବ୍ରଦର୍ସ ଅଫ ଇଟଲୀ ପାର୍ଟି ଜରିଆରେ ଏକ ଆଇନ ପ୍ରଚଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଏହି ବିଲକୁ ଲୋୟର ଚାମ୍ବରର ସଦସ୍ୟ ଫାବିଓ ରାମ୍ପେଲୀଙ୍କ ଦ୍ବାରା ଆଗତ କରାଯାଇଛି । ଏହି ଆଇନ ଅନୁସାରେ ସବୁ ବିଦେଶୀ ଭାଷାକୁ ବାହାର କରାଯିବ । ଏହି ପ୍ରସ୍ତାବ ଅନୁସାରେ, ଇଂରାଜୀ ଇଟାଲିୟନ ଭାଷାକୁ ନିନ୍ଦା କରୁଛି ।

ଏହି ବିଲକୁ ନେଇ ଇଟାଲୀ ସଂସଦରେ ବିତର୍କ ହେବା ବାକି ଅଛି । ସାଂସଦଙ୍କ ସମର୍ଥନ ପରେ ଏହି ବିଲକୁ ପାରିତ କରାଯିବ । ଏହି ବିଲ ପାରିତ ପରେ ଅଫିସିଆଲ ଡକ୍ୟୁମେଣ୍ଟରେ ଇଂରାଜୀ ଭାଷାକୁ ବ୍ୟାନ କରାଯିବ । ଯଦି କେହି ଏହି ଭାଷାକୁ ବ୍ୟବହାର କରନ୍ତି ତାହାଲେ ୫ ହଜାର ୟୁରୋଠୁ ନେଇ ଏକ ଲକ୍ଷ ୟୁରୋ ଯାଏ ଜରିମାନା ହେବ ।