ଆଗାମୀ ଚାରି ପାଞ୍ଚ ଦିନ ଯାଏ ନାହିଁ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ଆଗାମୀ ଚାରି ପାଞ୍ଚ ଦିନ ଯାଏ ବର୍ଷା ନାହିଁ। ହୀରାକୁଦ ଜଳଭଣ୍ଡାରରେ ୬୨୯.୪ ଫୁଟ ପାଣି ଅଛି । ଉପରମୁଣ୍ଡ ଛତିଶଗଡରେ ବର୍ଷା ନାହିଁ। କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଭେଡେନ ଓ ଇବ ଅବବାହିକାରେ ବର୍ଷା ହୋଇଛି। ସେଥିପାଇଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଛି। ହୀରାକୁଦର ୬ଟି ଗେଟ ଖୋଲା ଅଛି। ସ୍ଥିତି ଦେଖି ଆଉ ଗେଟ ଖୋଲିବା ନେଇ ଚିନ୍ତା କରାଯିବ। ହେଲେ ଆଉ ଗେଟ୍ ଖୋଲିବନି।
ହୀରାକୁଦ ପୂରା ସୁରକ୍ଷିତ ଅଛି। ବୈତରଣୀରେ ଜଳସ୍ତର ବଢିଛି । ସୁବର୍ଣରେଖା ଓ ବୁଢାବାଳଙ୍ଗ ବେସିନରେ ବର୍ଷା ହୋଇଛି। ଜଳକା ବିପଦସଂକେତ ତଳେ ଥିଲା। ହେଲେ କେଉଁଠି ବି ଚିନ୍ତାଜନକ ସ୍ଥିତି ନାହିଁ। ଆଜି ହିଁ ପାଣି ଖସିଯିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି।