spot_img

Latest Posts

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ IT ରେଡ୍

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ l ଆଜି ସକାଳୁ ଝାରସୁଗୁଡା, ସମ୍ବଲପୁର, ଭୁବନେଶ୍ୱର ସମେତ ରାଜ୍ୟ ବାହାରେ ଥିବା ୧୯ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଆୟକର ବିଭାଗ ରେଡ କରୁଛି। ଆୟକର ସଂପର୍କିତ ମାମଲା ନେଇ ଏହି ରେଡ୍ ହେଉଛି। ସମ୍ବଲପୁର ମୁଦିପଡ଼ାରେ ଥିବା ତାଙ୍କ ଘର, ଭାଲୁପାଲିରେ ଥିବା ଏକ ହୋଟେଲରେ ଚାଲିଛି ଛାନବିନ। ସେହିପରି ସୁନ୍ଦରଗଡ଼ରେ ଚାଲିଛି ରେଡ୍ । ସମ୍ବଲପୁର ଓ ଭୁବନେଶ୍ୱର ଟିମ୍ ଏହି ଛାନବିନ୍ କରୁଛନ୍ତି। ନବ ଦାସଙ୍କ ସହଯୋଗୀ ଟ୍ରାନ୍ସପୋର୍ଟ ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘରେ ଓ ଅଫିସରେ ମଧ୍ୟ ଚଢ଼ଉ ଜାରି ରହିଛି। ସେ କୋଇଲା ଟ୍ରାନ୍ସପୋଟିଂ ବ୍ୟବସାୟ କରନ୍ତି। ମିଶନରୋଡ଼ରେ ଥିବା ବାସଭବନ ଓ ଅଫିସ ସହିତ ବ୍ୟାଙ୍କ ଛକରେ ଥିବା ଚାଲାନ ଅଫିସରେ ଛାନବିନ୍ ଚାଲିଛି।

Latest Posts

Don't Miss