ପୂର୍ବତନ IPSଙ୍କ ଟଙ୍କା ଖଣି; ବେସମେଣ୍ଟରେ ୬୫୦ ଲକର, ମିଳିଲା ୩ କୋଟିରୁ ଅଧିକ ଟଙ୍କା

1 min read
IT Raid In Former IPS RN Singh House 3 Crores Recovered, 650 Lockers Found

ନୋଏଡା: ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼େ । ହେଲେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ବଜେଟ୍ ସବୁବେଳେ ଅଧିକ ଥାଏ । କହିବାକୁ ଗଲେ ଏମାନଙ୍କ ପାଇଁ ମାସିକ ବଜେଟ୍ ଲୋଡ଼ା ନାହିଁ । କାରଣ ଏମାନଙ୍କ ପାଖେ ଥିବା ଟଙ୍କା ମଲା ଯାଏ ବସି ଖାଇଲେ ବି ସରିବନି । ଏବେ ଏମିତି ଜଣେ ପୂର୍ବତନ ଆଇପିଏସ୍ ଅଫିସର ଆୟକର ବିଭାଗ ଜାଲରେ ପଡ଼ିଛନ୍ତି । ୟୁପିର ପୂର୍ବତନ ଆଇପିଏସ୍ ଅଫିସର ରାମ ନାରାୟଣ ସିଂହଙ୍କ ଘରେ ଆୟକର ବିଭାଗ ଗତ ୩ ଦିନ ହେଲା ରେଡ୍ ଜାରି ରଖିଛି ।

IT Raid In Former IPS RN Singh House 3 Crores Recovered, 650 Lockers Found

ଅଫିସରଙ୍କ ଘର ବେସମେଣ୍ଟରେ ୬୫୦ଟିରୁ ଅଧିକ ଲକର ମିଳିଛି । ଆଉ ଉକ୍ତ ଲକର ମଧ୍ୟରୁ ମାତ୍ର ତିନୋଟି ଲକରରେ ତିନି କୋଟିରୁ ଅଧିକ ଟଙ୍କା ନଗଦ ମିଳିଛି । ତେବେ ଏତେ ଟଙ୍କା କାହାର ତାହା ଜଣା ପଡ଼ିନାହିଁ । ଆୟକର ବିଭାଗର ରେଡ୍ ପରେ ପୂର୍ବତନ ଅଫିସର କୁଆଡ଼େ ଗାଏବ ହୋଇ ଯାଇଛନ୍ତି । ଆୟକର ବିଭାଗ ସୋମବାର ବିଳମ୍ବିତ ରାତିରେ ରେଡ୍ କରି ଲକର ଖୋଲିଥିଲା । ଏବେ ଯାଏ ଜବତ ଟଙ୍କାର ଗଣତି ଚାଲିଛି । ଟଙ୍କା ଗଣିବା ଲାଗି ମେସିନ୍ ମଗାଯାଇଛି ।

ଏତେ ଟଙ୍କାର ମାଲିକ କିଏ ?

ଶନିବାର ରାତିରେ ଆୟକର ବିଭାଗର ଟିମ୍ ‘ମାନସମ କମ୍ପାନୀ’ରେ ରେଡ୍ କରିଥିଲା । ଆଉ ଏହି କମ୍ପାନୀ ଏକ ଘରେ ଚାଲୁଛି । ଫ୍ଲାଟ ନମ୍ବର ଏ-୬ର ବେସମେଣ୍ଟରେ ୬୫୦ରୁ ଅଧିକ ଲକର ମିଳିଛି । ଏସବୁ ଲକରର ମାଲିକ ପୂର୍ବତନ ଆଇପିଏସଙ୍କ ପତ୍ନୀ ବୋଲି ଜଣାପଡ଼ିଛି ।

IT Raid In Former IPS RN Singh House 3 Crores Recovered, 650 Lockers Found

ଭଡ଼ାରେ ଦେଉଥିଲେ ଲକର୍

୧୯୮୩ ବ୍ୟାଚ୍ ୟୁପି କ୍ୟାଡରର ଆଇପିଏସ୍ ହେଉଛନ୍ତି ରାମ ନାରାୟଣ ସିଂହ । ସେ ଡିଜି ରାଙ୍କରୁ ଅବସର ନେଇଛନ୍ତି । ତାଙ୍କ ପତ୍ନୀ ‘ମାନସମ କମ୍ପାନୀ’ ପରିଚାଳନା କରନ୍ତି । ଲୋକଙ୍କୁ ଟଙ୍କା ରଖିବା ପାଇଁ ଭଡ଼ାପେ ଲକର ଦେଇଥାନ୍ତି । ଜବତ ହୋଇଥିବା ୩ କୋଟି ଟଙ୍କା ତିନିଗୋଟି ଲକରରେ ଥିଲା । କୁହାଯାଉଛି ଏହି ଟଙ୍କା ୩ ଜଣଙ୍କର । ତେବେ ଏଯାବତ୍ ପୂର୍ବତନ ଆଇପିଏସଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

Leave a Reply