ମହାରାଷ୍ଟ୍ରରେ ଦେଶର ସବୁଠୁ ବଡ଼ ରେଡ୍, ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ

1 min read

ମୁମ୍ବାଇ: ଦେଶର ବୃହତ୍ତମ ଆୟକର ରେଡ୍ । ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବାବେଳେ ଠାବ ହୋଇଛି ଅପର୍ଯ୍ୟାପ୍ତ ବେନାମୀ ସମ୍ପତ୍ତି । ମହାରାଷ୍ଟ୍ର ଜଲନା ଓ ଔରାଙ୍ଗାବାଦରେ ଶୁଳ୍କ ଠକେଇ ଅଭିଯୋଗ କ୍ରମେ ହୋଇଥିବା ରେଡରେ ଜବତ ହୋଇଛି ନଗଦ ୫୮ କୋଟି ଟଙ୍କା ଏବଂ ୧୪ କୋଟି ଟଙ୍କାର ସୁନା, ହୀରା, ମୋତି । ଏହି ସମସ୍ତ ଅଳଙ୍କାରର ଓଜନ ପ୍ରାୟ ୩୨ କିଲୋଗ୍ରାମ । ଜଲନାର ଜଣେ ଷ୍ଟିଲ ଓ ଲୁଗା ବ୍ୟବସାୟୀ ତଥା ଜଣେ ରିୟଲ ଇଷ୍ଟେଟ କମ୍ପାନି ମାଲିକଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ହୋଇଥିବା ରେଡରେ ଟେରା ହୋଇଯାଇଛି ଆୟକର ବିଭାଗ ।

ଆୟକର ବିଭାଗର ଚଢ଼ାଉ ବେଳେ ଜବତ ହୋଇଥିବା ଟଙ୍କାର ପରିମାଣ ଏତେ ଥିଲା ଯେ ଟଙ୍କା ଗଣତି ପାଇଁ ଲାଗିଯାଇଥିଲା ୧୩ ଘଣ୍ଟା । ଗତ ୧ ତାରିଖଠାରୁ ୮ ତାରିଖ ଯାଏ ଏହି ବିଶାଳ ରେଡ୍ ଚାଲିଥିଲା । ଚଢାଉ କାର୍ଯ୍ୟରେ ନିୟୋଜିତ ଥିଲେ ଆୟକର ବିଭାଗର ୫ଟି ଟିମର ପ୍ରାୟ ୨୬୦ କର୍ମଚାରୀ । ଆୟକର ବିଭାଗର ନାସିକ ଓ୍ୱିଙ୍ଗ ପକ୍ଷରୁ ଏହି ରେଡ୍ ହୋଇଥିଲା । ଏହା ସହ ଏହି ଅପରେସନରେ ସାମିଲ ହୋଇଥିଲା ୧୨୦ରୁ ଅଧିକ ଗାଡ଼ି ।