ଦିଲ୍ଲୀରେ ଆୟକର ଚଢଉ,ନୋଟ୍ ବ୍ୟାନ୍ ପରେ ପ୍ରଥମ ଥର ପାଇଁ ମିଳିଲା ଏତେ କ୍ୟାସ୍..

1 min read

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଜାଲି ବିଲିଂ କରୁଥିବା ଏକ ଗ୍ୟାଙ୍ଗ୍ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆୟକର ବିଭାଗ ଦିଲ୍ଲୀ ଏନସିଆର,ପଂଜାବ,ହରିୟାଣା,ଉତ୍ତରାଖଣ୍ଡ ଓ ଗୋଆର ୪୨ଟି ସ୍ଥାନ ଉପରେ ଆଜି ଏକକାଳୀନ ଚଢଉ କରିଛି । ଏହି ଚଢଉରୁ ୫ଶହ କୋଟିର ଜାଲି ବିଲିଂର ପର୍ଦ୍ଦାଫାସ ହୋଇଛି । ଚଢଉ କାଳରେ ଏଣ୍ଟ୍ରି ଅପରେଟର ସଂଜୟ ଜୈନ ଓ ତାଙ୍କ ମହକିଲଙ୍କଠାରୁ ୬୨ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଦିଲ୍ଲୀ ଏନସିଆରରେ ନୋଟ୍ ବ୍ୟାନ୍ ପରେ ଏହା ହେଉଛି ସବୁଠୁ ବଡ କ୍ୟାସ ଜବତ ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ସଂଜୟ ଜୈନ୍ ନକଲି ବିଲ ଜରିଆରେ ନଗଦ ଟଙ୍କା ସଂଚାଳନ କରୁଥିଲେ । ଆୟକର ବିଭାଗ ଅନୁସାରେ ତଦନ୍ତରୁ ଜଣା ପଡିଛି ଯେ, ନକଲି ବିଲ ଓ ଅସୁରକ୍ଷିତ ଋଣ ଜରିଆରେ ଧନ ଓ ନଗଦ କ୍ୟାସ ଟ୍ରାନସଫର ହେଉଥିଲା ।

୫ଶହ କୋଟିର  ଜାଲି ବିଲ୍

ନକଲି ବିଲ୍ ଜରିଆରେ ନେଟୱର୍କ ମହକିଲଙ୍କ କଂପାନୀ ଓ ଫାର୍ମ ଗୁଡିକୁ ଲାଭ ପହଂଚାଉଥିଲେ । ଚଢଉରୁ ୫ଶହ କୋଟି ଟଙ୍କାରୁ ଅଧିକ ଲେଣଦେଣର ଜାଲି ଦସ୍ତାବିଜ ଜବତ ହୋଇଛି । ୨୦୧୭ ମସିହାର ନୋଟ୍ ବ୍ୟାନ ପରେ ଏତେ ନଗଦ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି ।

Leave a Reply