ଇସ୍ରୋ ମହିଳା ବୈଜ୍ଞାନିକଙ୍କ ପରଲୋକ, ଚନ୍ଦ୍ରଯାନ ଲଞ୍ଚିଂ ବେଳେ ଦେଇଥିଲେ ଭଏସ
1 min read
ବେଙ୍ଗାଲୁରୁ: ଇସ୍ରୋ ମହିଳା ବୈଜ୍ଞାନିକଙ୍କ ପରଲୋକ । ଚନ୍ଦ୍ରଯାନ ଲଞ୍ଚିଂ ବେଳେ ଆଇକନିକ ଭଏସ ଦେଇଥିବା ମହିଳା ବୈଜ୍ଞାନିକ ଏନ ଭଲରମଥିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ କାଉଣ୍ଟଡାଉନ ଭଏସ ଦେଇଥିଲେ ଭଲରମଥୀ ।
ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ସହ ମିଶନ ସଫଳ ହୋଇଥିବା ବେଳେ ଲଞ୍ଚିଂ କାଉଣ୍ଟଡାଉନ୍ କରିଥିବା ସ୍ୱର କିନ୍ତୁ ଆଉ ଶୁଣିବାକୁ ମିଳିବନି । ଅନେକ ରକେଟ ଲଞ୍ଚିଂ ବେଳେ ଦମଦାର ସ୍ବରରେ ଆଇକନିକ ଭଏସ ଦେଇଥିଲେ ଭଲରମଥୀ । ମାତ୍ର ଅସୁସ୍ଥତା ଯୋଗୁ ସେ ସୂର୍ଯ୍ୟ ମିଶନ ବେଳେ କାଉଣ୍ଟଡାଉନ ଭଏସ ଦେଇପାରିନ ଥିଲେ ।
ତାମିଲନାଡ଼ୁର ଅରିୟାଲୁର ନିବାସୀ ଭଲରମଥି ଚେନ୍ନାଇରେ ଥିବା ବେଳେ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।