ଇସ୍ରାଏଲର ଏୟାରଷ୍ଟ୍ରାଇକ୍; ୨୨ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ହୋଇଛି ଇସ୍ରାଏଲ। ଲେବାନନ ଉପରେ ଘନ ଘନ ଆକ୍ରମଣ। ଆକାଶ ମାର୍ଗରୁ ବୋମା ବର୍ଷଣ ଓ କ୍ଷେପଣାସ୍ତ୍ର ମାଡ଼ । ଟାର୍ଟେଟରେ ରହିଛନ୍ତି ହେଜବୁଲ୍ଲାର ଆତଙ୍କବାଦୀ। ଗତ ରାତିରେ ଲେବାନନ ରାଜଧାନୀ ବେରୁତରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲର ରକେଟ ମାଡରେ  ୨୨ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୧୭ଜଣ ଆହତ ହୋଇଛନ୍ତି । ଇସ୍ରାଏଲର ଦୁଇଟି ଅଞ୍ଚଳ ରସ ଅଲ-ନାବା ଏବଂ ବୁର୍ଜ ଆବି ହାଇଦର ଅଞ୍ଚଳକୁ ଟାର୍ଗେଟ କରି ଏକ ଆଠ ମହଲା କୋଠାକୁ ଧ୍ୱଂସ କରିଦେଇଛି ଇସ୍ରାଏଲ। ଅକ୍ଟୋବର ୧ରୁ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଜାରି ରହିଥିବା ବେଳେ ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

ଶାନ୍ତି ରକ୍ଷାକାରୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ

ଗତ ଗୁରୁବାର ଇସ୍ରାଏଲ  ଦକ୍ଷିଣ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଉପରେ ଗୁଳି ବର୍ଷା କରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆହତ କରିଥିଲା, ଯେଉଁ କାରଣ ପାଇଁ ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ସମେତ ବିଭିନ୍ନ ଦେଶରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ହ୍ବାଇଟ ହାଉସ୍ରୁ IDFକୁ ନିନ୍ଦା

ହ୍ବାଇଟ ହାଉସ୍ରୁ ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର କହିଛନ୍ତି ଯେ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କୁ ଏବଂ ଦୁଇଟି ଟାୱାର ଉପରେ ଗୁଳି ଚଳାଇଥିବାର ଖବର ଆମକୁ ଗଭୀର ଚିନ୍ତନରେ ପକାଇଦେଇଛି । ଇସ୍ରାଏଲ୍ ଶାନ୍ତି ରକ୍ଷାକାରୀ ବାହିନୀକୁ ବର୍ତ୍ତମାନର ସ୍ଥିତିରୁ ଓହରିଯିବାକୁ ଚେତାବନୀ ଦେଇଛି କାରଣ ଇସ୍ରାଏଲ ପାଇଁ ଏହା ବାଧା ସୃଷ୍ଟି କରୁଛି ।

ଆକ୍ରମଣର ଉଦ୍ଦେଶ୍ୟ ଥିଲା?

ଇସ୍ରାଏଲର ଟାର୍ଗେଟରେ ଥିଲେ ହେଜବୁଲ୍ଲାର ଟପ୍ ନେତା ୱାଫିକ୍ ସଫା। ତେବେ ସେ ବର୍ତ୍ତି ଯାଇଥିବାର ସୂଚନା ମିଳିଛି। ଯେଉଁ ଜାଗାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇସ୍ରାଏଲ, ସେଠାରୁ ଅଳ୍ପ ସମୟ ଆଗରୁ ହିଁ ଛାଡ଼ି ଯାଇଥିଲେ ହେଜବୁଲ୍ଲାର ଟପ୍ ନେତା ୱାଫିକ୍ ସଫା । ଗୁରୁବାର ହୋଇଥିବା ଆକ୍ରମଣରେ ହିଜବୁଲ ସୁରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ୱାଫିକ୍ ସଫାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଜଣାପଡିଛି, ଯଦିଓ ହିଜବୁଲ୍ଲାର ଅଲ ମାନାର୍ ଟିଭି ନିଶ୍ଚିତ କରିଛି ବିସ୍ଫୋରଣ ହୋଇଥିବା ବିଲ୍ଡିଂରେ ୱାଫିକ୍ ସଫା ଉପସ୍ଥିତ ନଥିଲେ । ହିଜବୁଲ୍ଲା ମଧ୍ୟ ଏହାର ପ୍ରତିଜବାବରେ ଗୁରୁବାର ଦିନ ଇସ୍ରାଏଲ ଉପରେ ରକେଟ୍ ମାଡ କରିଛି । କିନ୍ତୁ ଆକ୍ରମଣକୁ ଇସ୍ରାଏଲ ପକ୍ଷରୁ ବାଧା ଦିଆଯାଇଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ ।  ଇସ୍ରାଏଲ ଲେବାନାନ ଉପରେ ଆକ୍ରମଣ କରିବା ପରଠାରୁ ୨୧୬୯ ଲୋକ ପ୍ରାଣ ହରାଇଛନ୍ତି |