ସଞ୍ଜୟ-ଦୀପିକା ବିବାଦ; ଲଗାତାର ଦୁଇଟି ଅଫରକୁ ନା କଲେ ଦୀପିକା

Sanjay leela vansali

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂଶାଲି ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଣ୍ଡିଂ ବିଷୟରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଛି । ଖାଲି ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ଫ୍ୟାନ୍ସମାନେ ମଧ୍ୟ ଏକଥା ଭଲ ଭାବେ ଜାଣନ୍ତି । ଏହି ଦୁଇ ଜଣ ଏକାଠି ‘ରାମଲିଲା’, ‘ବାଜିରାଓ ମସ୍ତାନୀ’ ଏବଂ ‘ପଦ୍ମାବତ’ ଭଳି ତିନୋଟି ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସଞ୍ଜୟଲୀଲା ଭଂଶାଲି ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପୁଣି ଦେଖିବା ପାଇଁ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି । ହେଲେ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି ଯାହା ଜାଣିଲା ପରେ ଫ୍ୟାନ୍ସମାନଙ୍କ ମନ ଦୁଃଖ ହୋଇଯିବ । ଏହି ଖବର ଜାଣିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ନିରାଶ ଖେଳିଯାଇପାରେ ।

ଏକ ୱେବସାଇଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ସଞ୍ଜୟ ଲୀଲା ଭଂଶାଲି ଦୀପିକା ପାଦୁକୋନଙ୍କୁ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ରେ ଏକ ଆଇଟମ୍‌ ଡ୍ୟାନ୍ସ କରିବାକୁ ଆପ୍ରୋଚ କରିଥିଲେ, ହେଲେ ଦୀପିକା ଏହାକୁ ସିଧା ସିଧା ମନା କରି ଦେଇଛନ୍ତି । ଏହାପରେ ଭଂଶାଲି, ଦୀପିକାଙ୍କୁ ଆଉ ଏକ ଓ୍ୱେବ୍‌ସିରିଜ୍‌‌ ‘ହିରା ମାଣ୍ଡି’ରେ ଡ୍ୟାନ୍ସ ନମ୍ବର କରିବାକୁ କହିଥିଲେ । ତାକୁ ମଧ୍ୟ ଦୀପିକା ସିଧା ସିଧା ପତ୍ୟାକ୍ଷାନ କରିଛନ୍ତି ।

ଦୀପିକା ପାଦୁକୋନଙ୍କ ଏହି ପ୍ରକାର ଆଚରଣ ଯୋଗୁଁ ସଞ୍ଜୟ ଲୀଲା ଭଂଶାଲିଙ୍କ ମନରେ ଅସନ୍ତୋଷ ଥିବା କୁହାଯାଉଛି । ଖବର ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ଦୂର କରିବା ପାଇଁ ଚେଷ୍ଟା କରାଯାଉଛି । ଯଥାଶ୍ରୀଘ୍ର ସେମାନଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଠିକ୍‌ ହୋଇଯିବ ବୋଲି ଆଶା ରହିଛି । ଦୀପିକା ଭଂଶାଲିଙ୍କ ଫିଲ୍ମ ‘ବେଜୁ ବାବ୍‌ରା’ କରିବେ । ଭଂଶାଲି ନିଶ୍ଚିତ ଭାବରେ ଦୀପିକାଙ୍କ ଏହି ସମସ୍ୟା ନେଇ ଆଲୋଚନା କରିବେ । କାରଣ ଭଂଶାଲି ଓ ଦୀପିକାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ । ଏବେ ଭଂଶାଲି ତାଙ୍କ ଫିଳ୍ମ ‘ଗାଙ୍ଗୁବାଇ କାଠିଆୱାଡି’ରେ ବ୍ୟସ୍ତ ଅଛନ୍ତି ।

ସୂଚନାଯୋଗ୍ୟ, ଭଂଶାଲି ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ନେଇ ଆଉ ଏକ ମହତ୍ୱାକାଂକ୍ଷି ଫିଲ୍ମ ତିଆରି କରିବାକୁ ଯୋଜନା କରିଥିଲେ । କିନ୍ତୁ ଏଭଳି ପରିସ୍ଥିତି ଦେଖିବା ପରେ ଲାଗୁଛି ଏହି ଫିଲ୍ମ ବି ହୋଲ୍ଡ ହେବାର ସମ୍ଭାବନା ରହିଛି । ସଞ୍ଜୟ ଲୀଲା ଭଂଶାଲିଙ୍କ ପରବର୍ତ୍ତୀ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ମୁମ୍ବାଇର ସବୁଠାରୁ ଚର୍ଚ୍ଚିତ ରେଡ୍‌ ଲାଇଟ୍‌ ଏରିଆ କମାଠିପୁରାରେ ଗାଙ୍ଗୁବାଇଙ୍କ ନାଁ ଏବେ ବି ଗୁଞ୍ଜରିତ ହୋଇଥାଏ ।

Leave a Reply