ପୁରୀରେ IPL ଟ୍ରଫି: ମହାପ୍ରଭୁଙ୍କ ନିକଟରେ ହେଲା ପୂଜାର୍ଚ୍ଚନା
1 min read
ପୁରୀ: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ IPL ମ୍ୟାଚ୍ । ଯାହାକୁ ନେଇ ସାରା ବିଶ୍ବରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ । ଚଳିତ ସିଜିନରେ କିଏ ହାତେଇବ ଟ୍ରଫି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । ଏହାରି ଭିତରେ ପୁରୀରେ ପହଞ୍ଚିଛି IPL ଟ୍ରଫି ।
ଆଜି ପୁରୀ ଆସିଛି IPL ଟ୍ରଫି । କୋଲକତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜ୍ ସଦସ୍ୟ ଟ୍ରଫିକୁ ନେଇ ଆଜି ପୁରୀରେ ପହଞ୍ଚି ଥିଲେ । ଏହାପରେ ଶ୍ରୀମନ୍ଦିର ନିଆଯାଇ ମହାପ୍ରଭୁଙ୍କ ପାଖରେ ଟ୍ରଫଇ ପୂଜା କରାଯାଇଛି । ଟ୍ରଫିକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଥିଲା । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଥର ମଧ୍ୟ ଟ୍ରଫି ହାତେଇବ ବୋଲି ପ୍ରାର୍ଥନା କରିଛନ୍ତି ।
ନୂତନ ସିଜିନ୍ ପୂର୍ବରୁ, ଏହି ଟୁରରେ ୯ଟି ସହରରେ ପ୍ରତିଷ୍ଠିତ TATA IPL ଟ୍ରଫି ଯାତ୍ରା କରିବ । ଗୌହାଟୀ, ଭୁବନେଶ୍ୱର, ଜାମସେଦପୁର, ରାଞ୍ଚି, ଗ୍ୟାଙ୍ଗଟକ୍, ସିଲିଗୁଡ଼ି, ପାଟନ, ଦୁର୍ଗାପୁର ଓ କୋଲକାତା ସମେତ ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିବ ଟ୍ରଫି ।