spot_img

Latest Posts

ବର୍ଷିଲେ ଗମ୍ଭୀର ! କହିଲେ ଆଉ କେହି ହୋଇଥିଲେ ଚର୍ଚ୍ଚା ବହୁତ ହୋଇଥାନ୍ତା, ଧୋନି ବୋଲି ସବୁ ଚୁପ୍‌…

ନୂଆଦିଲ୍ଲୀ: ଭାରତୀୟ କ୍ରିକକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ସେ କହିଛନ୍ତି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧୋନିଙ୍କ ନିଷ୍ପତ୍ତି ସଠିକ୍‌ ନଥିଲା । ଦଳ ଏକ ବଡ଼ ଲକ୍ଷ ନେଇ ଖେଳୁଥିବା ବେଳେ ଧୋନି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି କାହିଁକି ନେଲେ ? ଏହା ନିହାତି ଭାବେ ଆଲୋଚନାର ବିଷୟ । ଯଦି ଅନ୍ୟ କୌଣସି ଅଧିନାୟକ ଏଭଳି ନିଷ୍ପତ୍ତି ନେଇଥାନ୍ତେ, ତେବେ ନିଶ୍ଚିତ  କଡ଼ା ସମାଲୋଚନାର ଶିକାର ହୋଇଥାନ୍ତେ । କିନ୍ତୁ ଧୋନିଙ୍କ ଏଭଳି ନିଷ୍ପତ୍ତିରେ କେହି ବି ପାଟି ଖୋଲୁ ନାହାନ୍ତି । ଧୋନି ମଇଦାନକୁ ଓହ୍ଲାଇବା ପୂର୍ବରୁ ସାମ୍‌ କୁରେନ, ରିତୁରାଜ ଗାଇକ୍ୱାଡ଼ା ଏବଂ କେଦାର ଯାଦବଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲେ ।

ଗୌତମ ଗମ୍ଭୀର ESPN Cricinfo T20 ଟାଇମ୍‌ ଆଉଟ୍‌ରେ କହିଛନ୍ତି ଯେ, ସେ ଧୋନିଙ୍କ ଏଭଳି ନିଷ୍ପତ୍ତିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ । ଧୋନି ଏଭଳି ପରିସ୍ଥିତିରେ ସପ୍ତମ ସ୍ଥାନ ପର୍ଯ୍ୟନ୍ତ କାହିଁକି ରହିଲେ । ଧୋନିଙ୍କ ପୂର୍ବରୁ ରିତୁରାଜ ଗାଇକ୍ୱାଡ ଏବଂ ସାମ୍ କୁରେନ୍ ମଇଦାନକୁ ଆସିଲେ । ଏହାର ଅର୍ଥ କ’ଣ ? ଧୋନିଙ୍କ ଏଭଳି ନିଷ୍ପତ୍ତି ପଛର ରହସ୍ୟ ସେ ବୁଝିପାରୁ ନାହାନ୍ତି । ଏହାକୁ ନେଇ ନିଶ୍ଚିତ ଚର୍ଚ୍ଚା ହେବା ଆବଶ୍ୟକ ବୋଲି କହିଛନ୍ତି ଗମ୍ଭୀର ।

ଗମ୍ଭୀର ଆହୁରି କହିଛନ୍ତି, ‘ଏହାକୁ ନେତୃତ୍ୱ ନେବା କୁହାଯାଏ ନାହିଁ । ୨୧୭ ରନ୍‌ର ପିଛା କରି ଖେଳୁଥିବା ଟିମ୍‌ର ଅଧିନାୟକ ଧୋନି, ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବା ନିହାତି ଭାବେ ଆଶ୍ଚର୍ଯ୍ୟକର କଥା ଏବଂ ଏହା ଆଲୋଚ୍ୟର ବିଷୟ ।

ଭାରତ ପାଇଁ ୨୦୦୩ ରୁ ୨୦୧୬ ମଧ୍ୟରେ ୫୮ ଟି ଟେଷ୍ଟ ଏବଂ ୧୪୭ ଟି ଦିନିକିଆ ଖେଳିଥିବା ଗମ୍ଭୀର କହିଛନ୍ତି ଯେ, ଜଲ୍‌ଦି ଆଉଟ୍‌ ହେବାରେ କୌଣସି କ୍ଷତି ନାହିଁ, କିନ୍ତୁ ଅନ୍ତତପକ୍ଷେ  ଅଭିଜ୍ଞ ଖେଳାଳି ଭାବେ ଦଳକୁ ଉତ୍ସାହିତ କରିବା ଆବଶ୍ୟକ । ଶେଷ ଓଭରରେ  ଧୋନି ୩ ବଲ୍‌ରେ ତିନି ଛକା ମାରିଲେ । ସେହି ଖେଳ ଯଦି ଆଗୁଆ ମଇଦାନକୁ ଓହ୍ଲାଇ ଦେଖାଇଥାନ୍ତେ ତେବେ ମ୍ୟାଚ୍‌ର ଫଳାଫଳ‌ ଅନ୍ୟ କିଛି ଦେଖିବାକୁ ମିଳିଥାନ୍ତା ।

Latest Posts

Don't Miss