ଜାଣନ୍ତୁ କେଉଁ ଦଳ କାହାକୁ କିଣିବାକୁ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ହେବ ନିଲାମୀ । କେଉଁ ଦଳ କାହାକୁ କିଣିବେ । କିଏ ଅଧିକ ଦାମରେ ବିକ୍ରି ହେବେ । ଏପରିକି ୧୦ ପ୍ରାଞ୍ଚାଇଜର ପ୍ଲାନ କ’ଣ? ଏଭଳି ଅନେକ କଥାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ବଡ଼ ବଡ଼ ଖେଳାଳିଙ୍କୁ ଟିମମାନେ ରିଲିଜ କରି ଦେଇଥିବାବେଳେ କିଛି ଖେଳାଳି ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି କୁହାଯାଉଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ଟିମର କ’ଣ ରହିଛି ଷ୍ଟ୍ରାଟେଜି ।

ଚେନ୍ନାଇ ସୁପର କିଙ୍ଗ୍ସ: ସିଏସକେ ବେନ ଷ୍ଟୋକ୍ସଙ୍କ ଭଳି ଦକ୍ଷ ଅଲରାଉଣ୍ଡରଙ୍କୁ ରିଲିଜ କରିଥିବାବେଳେ ବିକଳ୍ପରେ ଜଣେ ବିଦେଶୀ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ରଖିବ । ରଚିନ ରବିନ୍ଦ୍ରଙ୍କ ପାଇଁ ସିଏସକେ ବାଜି ଲଗାଇପାରେ । ସେପଟେ ଅମ୍ବାତି ରାୟୁଡ଼ୁଙ୍କୁ ଦଳ ଛାଡ଼ିଥିବାବେଳେ ତାଙ୍କ ସ୍ଥାନରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ କିଣିପାରେ ।

ଦିଲ୍ଲୀ କ୍ୟାପିଟାଲ୍ସ: ହର୍ଷଲ ପଟେଲ, ସାର୍ଦ୍ଧୁଲ ଠାକୁର, ହସରଙ୍ଗା ଏବଂ ଜୋସ ଇଂଲିସଙ୍କ ଭଳି ଖେଳାଳିଙ୍କ ଉପରେ ବାଜି ଲଗାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ।

ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିବାବେଳେ ଦଳ ତାଙ୍କ ବଦଳରେ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବ । ସାର୍ଦ୍ଦୁଲ ଠାକୁର, ରାଚିନ ରବିନ୍ଦ୍ର ଏବଂ ହାରେଲ ମିଚେଲଙ୍କୁ ବିକଳ୍ପ କରିପାରେ ।

କୋଲକାତା ନାଇଟ ରାଇଡର୍ସ: କେକେଆରରେ ଦୃତ ବୋଲରଙ୍କ ମରୁଡ଼ି ଦେଖିବାକୁ ମିଳୁଛି । ତେଣୁ ଦଳ ଦୃତ ବୋଲର ଯେମିତିକି ପାଟ କମିନ୍ସ, ଷ୍ଟାର୍କ ଏବଂ ହର୍ଷଲ ପଟେଲଙ୍କ ଭଳି ଖେଳାଳିଙ୍କ କିଣିପାରେ ।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ: ଏଲଏସଜିରେ ମଧ୍ୟ ପେସର ବୋଲରଙ୍କ ଅଭାବ ରହିଥିବାବେଳେ ହାଜେଲ ହୁଡଙ୍କ ଭଳି ଦୃତ ବୋଲରଙ୍କୁ ଦଳରେ ସାମିଲ କରିପାରନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ଏବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଦଳ ରହିଥିବାବେଳେ ଜୋଫ୍ରା ଆଚରଙ୍କ ବଦଳରେ ଦଳ କାହାକୁ ସାମିଲ କରିବ ତାହା ଚର୍ଚ୍ଚାର ବିଷୟ ।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର: କିଛି ସ୍ପିନର ଏବଂ ବୋଲରଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ରଖିଛି ।

ପଞ୍ଜାବ କିଙ୍ଗ୍ସ: ପଞ୍ଜାବ କିଙ୍ଗ୍ସ ଦଳରେ ଦୃତ ବୋଲରଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖିଛି ।

ରାଜସ୍ଥାନ ରୟାଲ୍ସ: ରାଜସ୍ଥାନ ରୟାଲ୍ସ ସବୁବେଳେ ପ୍ରଥମରୁ ଭଲ ପ୍ରଦର୍ଶନ କରୁଥିବାବେଳେ ଶେଷ ସମୟରେ ଖରାପ ପ୍ରଦର୍ଶନ କରିଥାଏ । ଏଣୁ ଏହାକୁ ଦୃଷ୍ଟିରେ ରଖି ଶକ୍ତିଶାଳି ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବାର ଯୋଜନା ରଖିବ ନିଶ୍ଚୟ ।