ମେ’ ୧୭ ତାରିଖରୁ ପୁଣି ଆରମ୍ଭ ହେବ IPL
1 min read
ନନ୍ଦିଘୋଷ ବ୍ୟୁରୋ: ପୁଣି ଫେରିଲା IPL । ଅଧାରୁ ବନ୍ଦ ହୋଇଥିବା IPL ପୁଣି ଆରମ୍ଭ ହେବାକୁ ଯାଉଛି । ମେ’ ୧୭ ତାରିଖରୁ ପୁଣି ଥରେ ଆରମ୍ଭ ହେବ ମ୍ୟାଚ୍ । ଏହାସହ ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।
ସୂଚନା ଅନୁସାରେ, ଜୁନ ୩ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍ । ମେ’ ୨୯ ତାରିଖରେ କ୍ୱାଲିଫାୟାର-୧ ଖେଳାଯିବ । ସେହିପରି ମେ’ ୩୦ ତାରିଖରେ ଖେଳାଯିବ ଏଲିମିନେଟର । ଜୁନ ୧ ତାରିଖରେ ଖେଳାଯିବ କ୍ୱାଲିଫାୟାର-୨ । ବାକି ଥିବା ସମସ୍ତ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ ।
ସୂଚନାଯୋଗ୍ୟ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତର ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଭାରତ ଏୟାର ଷ୍ଟ୍ରାଇକ କରି ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିର ଓ ସେମାନଙ୍କ ଟ୍ରେନିଂ କ୍ୟାମ୍ପକୁ ଧ୍ବଂସ କରିଦେଇଥିଲା । ଏହାର ଜବାବ ଦେବାକୁ ଯାଇ ତିନିଦିନ ଧରି ପାକିସ୍ତାନ ଭାରତ ଉପରେ ଡ୍ରୋନ ଓ ମିଜାଇଲରେ ଆକ୍ରମଣ କରିଥିଲା । ଯାହାର ଦୃଢ଼ ଜବାବ ଦେବା ସହ ଭାରତ ସମସ୍ତ ଡ୍ରୋନ ଓ ମିଜାଇଲ ଖସାଇ ଦେଇଥିଲା । ତେବେ ସ୍ଥିତି ବିଗିଡ଼ିବା ସହ ଯୁଦ୍ଧ ସ୍ଥିତି ଉପୁଜି ଥିଲା । ଏହାକୁ ଦେଖି IPLକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।