କୋଲକାତା ନୁହେଁ, ଅହମ୍ମଦାବାଦରେ ହେବ IPL ଫାଇନାଲ
1 min read
ନନ୍ଦିଘୋଷ ବ୍ୟୁରୋ: IPLକୁ ନେଇ ବଡ଼ ଖବର । ନୂଆ ସିଡ୍ୟୁଲ ଅନୁସାରେ କୋଲକାତା ନୁହେଁ, ଅହମ୍ମଦାବାଦରେ ହେବ ଫାଇନାଲ ମ୍ୟାଚ୍ । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଡି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ବିସିସିଆଇର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜୁନ ୧ ତାରିଖରେ କ୍ବାଲିଫାୟର-୨ ମ୍ୟାଚ ବି ଅହମ୍ମଦାବାଦରେ ହେବା ନେଇ ଶୁଣାଯାଉଛି ।
ପ୍ଲେ ଅଫର ପ୍ରଥମ ଦୁଇଟି ମ୍ୟାଚ୍ କ୍ବାଲିଫାୟର-୧ ଓ ଏଲିମିନେଟର ୨୯ ଓ ୩୦ ତାରିଖରେ ମୁଲ୍ଲାମ୍ପୁର ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇ ପାରେ । ମୌସୁମୀ ସ୍ଥିତିକୁ ଦେଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବିସିସିଆଇ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା । ମେ’ ୧୭ ତାରିଖରୁ ଏହା ପୁଣି ଥରେ ଆରମ୍ଭ ହୋଇଛି । ଏହି କାରଣରୁ ସିଡ୍ୟୁଲରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଛି । ସେହିପରି ମୌସୁମୀକୁ ଦୃଷ୍ଟିରେ ରଖି ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚକୁ ଲକ୍ଷ୍ନୌ ସ୍ଥାନାନ୍ତର କରି ଦିଆଯାଇଛି । ଏବେ ଆରସିବି ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ୨୩ ତାରିଖରେ ଖେଳିବ । ସେହିପରି ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ୨୭ ମେ’ ରେ ଲକ୍ଷ୍ନୌରେ ଖଷଳିବ ।