spot_img

Latest Posts

ଆଜିଠୁ ଆରମ୍ଭ ଆଇପିଏଲ୍ ମହାସମର ; ସିଏସକେ ଓ ଆରସିବି ହେବେ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣ। ଚେନ୍ନାଇ ସ୍ଥିତ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦ୍ଘାଟନୀ ମୁକାବିଲାରେ ମୁହଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ । ଧୋନିଙ୍କ ବଦଳରେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଚେନ୍ନାଇ ଓ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ବେଙ୍ଗାଲୁରୁ ଦଳରେ ନେତୃତ୍ୱ ନେବେ। ବିଶ୍ୱର ଶ୍ରେଷ୍ଠ ତଥା ତାରକା କ୍ରିକେଟରଙ୍କୁ ନେଇ ଦୁଇ ଦଳ ଗଠିତ ହୋଇଛି।

ଗତ ସଂସ୍କରଣରରେ ଚେନ୍ନାଇ ଟାଇଟଲ ଜିତିଥିଲା। ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଟାଇଟଲ ହାସଲ କରିପାରିନାହିଁ। ତେଣୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଘରୋଇ ମାଟିରେ ଚେନ୍ନାଇ ରେକର୍ଡ ଜବରଦସ୍ତ ରହିଛି। ତେଣୁ ବେଙ୍ଗାଲୁରୁକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏଠାରେ ଚେନ୍ନାଇ ୬୪ଟି ମ୍ୟାଚ୍ ଖେଳି ୪୫ଟିରେ ବିଜୟୀ ହୋଇଥିବା ବେଳେ ୧୯ଟିରେ ପରାସ୍ତ ହୋଇଛି। ଘରୋଇ ମାଟିରେ ଚେନ୍ନାଇର ବିଜୟ ପ୍ରତିଶତ ୭୦ରୁ ଅଧିକ ରହିଛି। ଡେଥ୍ ଓଭରରେ ଆରସିବିର ସମସ୍ୟା ରହିଛି। ସ୍ପିନରଙ୍କ ବିପକ୍ଷରେ ଚେନ୍ନାଇ ବେଶ୍ ଭଲ ଖେଳିଥାଏ। ଅନ୍ୟପଟେ ବେଙ୍ଗାଲୁରୁ ସ୍ପିନ ବିଭାଗରେ ଦୁର୍ବଳ ରହିଛି। ମଥିଶ ପଥିରାନା ନ ଥିବାରୁ ଚେନ୍ନାଇ ପାଇଁ ସାମାନ୍ୟ ସମସ୍ୟା ରହିଛି।

Latest Posts

Don't Miss