ଆଇପିଏଲ-୨୦୨୩: ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା-ପଞ୍ଜାବ

ଚଣ୍ଡିଗଡ଼: ଆରମ୍ଭ ହୋଇସାରିଛି ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଆଇପିଏଲ । ଆଇପିଏଲର ଦ୍ୱିତୀୟ ଦିନରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଅପରାହ୍ମ ୩.୩୦ରେ ଖେଳାଯିବ । ଉଭୟ ଦଳରେ ନୂଆ ଅଧିନାୟକ ଓ ନୂଆ କୋଚ ରହିଛନ୍ତି ।

ଆଜିର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ  ପକ୍ଷରୁ ଷ୍ଟାର ଅଲରାଉଣ୍ଡର ଲିଏମ ଲିଭିଙ୍ଗଷ୍ଟୋନ ଓ କାଗିସୋ ରାବାଡା ଅନୁପସ୍ଥିତ ରହିବେ । ସେହିପରି କୋଲାକାତା ନାଇଟ ରାଇଡର୍ସ ପକ୍ଷରୁ ଆହାତ କାରଣରୁ ଶ୍ରେୟସ ଆୟାରଙ୍କ ସ୍ଥାନରେ ନୀତୀଶ ରାଣା ଦଳର ନେତୃତ୍ୱ ନେବେ ।