IPL ୨୦୨୨: ଆଜି କିଙ୍ଗ୍ସକୁ ଭେଟିବ ସୁପର କିଙ୍ଗ୍ସ, ପ୍ରଥମ ବିଜୟ ଲକ୍ଷ୍ୟରେ ସିଏସକେ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୧ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇରେ ଖେଳାଯିବ । ପଞ୍ଜାବ-ଚେନ୍ନାଇ ଏହି ମ୍ୟାଚକୁ ନେଇ ଦର୍ଶକ ମହଲରେ ବେଶ୍ ଉତ୍ସାହ ରହିଛି । ତେବେ ଆଜିର ମ୍ୟାଚରେ ଚେନ୍ନାଇ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ ।

ଚଳିତ ଆଇପିଏଲ ସିଜିନରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ୨ଟି ମ୍ୟାଚରୁ ୨ଟି ମ୍ୟାଚରେ ପରାଜିତ ହୋଇସାରିଛି । ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଠାରୁ ଓ ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠାରୁ ପରାଜିତ ହୋଇଥିଲା । ତେବେ ଆଜିର ମ୍ୟାଚରେ ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ବିଜୟର ସ୍ୱାଦ ଚାଖିବାକୁ ଚେଷ୍ଟା କରିବ ସିଏସକେ ।

ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ କଥା ଯଦି କହିବା ତାହାଲେ ପଞ୍ଜାବ ଦମଦାର ବିଜୟ ସହ ଚଳିତ ସିଜିନ ଆରମ୍ଭ କରିଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ତୃତୀୟ ମ୍ୟାଚରେ ପୁଣି ଥରେ ବିଜୟ ରାସ୍ତାକୁ ଫେରିବାକୁ ଚେଷ୍ଟା କରିବ ପଞ୍ଜାବ । ତେବେ ଆଇପିଏଲ ଇତିହାସରେ ଉଭୟ ଦଳ ୨୫ ଥର ମୁହାଁମୁହିଁ ହୋଇଥିଲେ । ୨୫ ଥର ଉଭୟ ଦଳ ମୁହାଁମୁହିଁ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୫ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ପଞ୍ଜାବ କିଙ୍ଗ୍ସ ୧୦ଟି ମ୍ୟାଚରେ ବିଜୟ ଲାଭ କରିଛି ।