ଆଇପିଏଲକୁ ପୁଣି ଫେରିବେ ରୈନା, ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲରେ ପୁଣି ଦେଖିବାକୁ ମିଳିପାରେ ସୁରେଶ ରୈନାଙ୍କ ଜଲଓ୍ୱା । ଚଳିତ ଆଇପିଏଲକୁ ପୁଣି ଫେରିବେ ମିଷ୍ଟର ଆଇପିଏଲ । ଗତକାଲି ଆଇପିଏଲରୁ ଇଂଲଣ୍ଡ ଦଳର ଓପନର ବ୍ୟାଟ୍ସମ୍ୟାନ ଜେସନ ରୟ ନିଜ ନାମ ଫେରାଇ ନେବା ପରେ ତାଙ୍କ ସ୍ଥାନରେ ରୈନା ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରୟଙ୍କୁ ଚଳିତ ଆଇପିଏଲରେ ଦୁଇ କୋଟି ଟଙ୍କାରେ ଗୁଜୁରାଟ ଟାଇଟନ୍ସ କିଣିଥିଲା । କିନ୍ତୁ କଡ଼ା ବାୟୋବବୁଲ କାରଣରୁ ସେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି । ତେବେ ରୟଙ୍କ ପରିବର୍ତ୍ତେ ତାଙ୍କ ସ୍ଥାନରେ ରୈନାଙ୍କୁ ଗୁଜୁରାଟ ଦଳରେ ସୁଯୋଗ ମିଳିପାରେ ବୋଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।

ତେବେ ଆଇପିଏଲ ଇତିହାସର ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ସୁରେଶ ରୈନା ପୂର୍ବରୁ ମଧ୍ୟ ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ କରିସାରିଛନ୍ତି । ଫିକ୍ସିଂ ମାମଲାରେ ଯେତେବେଳେ ଦୁଇ ବର୍ଷ ପାଇଁ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ସେ ସମୟରେ ଦୁଇଟି ନୂଆ ଦଳ ଆସିଥିଲେ । ଏହି ଦୁଇଟି ନୂଆ ଦୂଳ ମଧ୍ୟରୁ ଗୋଟିଏ ଟିମ୍ ରହିଥିଲା ଗୁଜୁରାଟ ଲାୟନ୍ସ । ଯାହା ଅଧିନାୟକତ୍ୱ କରିଥିଲେ ସୁରେଶ ରୈନା । ତେଣୁ ଚଳିତ ସିଜିନରେ ରୟଙ୍କ ସ୍ଥାନରେ ରୈନଙ୍କୁ ନିଜ ଦଳରେ ସାମିଲ କରିପାରେ ଗୁଜୁରାଟ ଟାଇଟନ୍ସ ।

ସୂଚନା ଅନୁସାରେ ସୁରେଶ ରୈନାଙ୍କୁ ଚଳିତ ଆଇପିଏଲ ମେଗା ଅକ୍ସନରେ କେହି କିଣିନଥିଲେ । ଯାହା ଫଳରେ ଆଇପିଏଲ ଇତିହାସରେ ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ଚଳିତ ଆଇପିଏଲରେ ଅନସୋଲ୍ଡ ରହିଥିଲେ । ତେବେ ଯଦି ରୈନାଙ୍କ ଆଇପିଏଲ କ୍ୟାରିୟର କଥା କହିବା ତାହାଲେ ସେ ଆଇପିଏଲ ଇତିହାସରେ ମୋଟ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ କରିଛନ୍ତି । ଆଇପିଏଲରେ ସମସ୍ତ ସିଜିନରେ ଦମଦାର ପ୍ରଦର୍ଶନ କରିଆସିଛନ୍ତି ରୈନା । ଯାହା ଫଳରେ ସେ ମିଷ୍ଟର ଆଇପିଏଲ ଭାବରେ ବେଶ୍ ଜଣାଶୁଣା ।

Leave a Reply