IPL2021: କ୍ୟାମେରାରେ କଏଦ ହରକତ, ଜାଣି ପାରିଲେନି ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର

1 min read

ନୂଆଦିଲ୍ଲୀ: ଆଇପିଏଲର ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଟିମର ଅଲରାଉଣ୍ଡର ରାହୁଲ ତେବତିଆଙ୍କ ଏକ ଭିଡିଓ ଏବେ ବେସ ଭାଇରାଲ ହେବାରେ ଲାଗିଛି । ହୋଟେଲ ରୁମରେ କ୍ୟାମେରା ଅନ କରିଥିବା ଅଲରାଉଣ୍ଡର ତେବତିଆ କ୍ୟାମେରା ଅଫ କରିବାକୁ ଭୁଲି ଯାଇଛନ୍ତି । ଫଳରେ ରୁମର ସମସ୍ତ କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇଛି ।

ଟିମ ସହ ସବୁବେଳେ ଜଡିତ ଥିବା ରାଜସ୍ଥାନ ରୟାଲ୍ସର ଏହି ଅଲରାଉଣ୍ଡର ଏବେ ପୃଥକବାସରେ ରହିଛନ୍ତି । ଫଳରେ ରୁମରେ ପ୍ରାକ୍ଟିସ ଜାରି ରଖିଛନ୍ତି ତେବତିଆ । ଦଳ ପକ୍ଷରୁ ଟ୍ବିଟରେ ସେୟାର କରାଯାଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ରାହୁଲ କରୁଥିବା ସମସ୍ତ କାର୍ଯ୍ୟ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ରାହୁଲ ବେଡରୁ ଉଠିବା ପରେ ପ୍ରଥମେ ଫୋନରେ କଥା ହେଉଛନ୍ତି । ପରେ ଫୋନ କଥା ହେବା ସହ ବ୍ୟାଟିଂ ପ୍ରାକ୍ଟିସ କରୁଛନ୍ତି । ଏହାପରହେ ପୁଣି ବ୍ୟାୟାମ କରୁଛନ୍ତି । ସବୁ କାର୍ଯ୍ୟ କରୁଛନ୍ତି କିନ୍ତୁ ଫୋନ ଛାଡୁ ନଥିବା ଭିଡିଓରେ ଦେଖାଯାଇଛି । ସେପଟେ ଖୋଦ ରାଜସ୍ଥାନ ରୟାଲ୍ସ ଏହି ଭି଼ଡିଓକୁ ଟ୍ବିଟରରେ ସେୟାର କରାଯାଇଛି । ଏବଂ କ୍ୟାପସନରେ ଲେଖାଯାଇଛି ‘ ରାହୁଲଙ୍କୁ ଲାଗୁଛି କି ତାଙ୍କୁ କେହି ଦେଖୁ ନାହାଁନ୍ତି ’ ।

Leave a Reply